ପୁରୀ,୧୪/୪-ପବିତ୍ର ପଣା ସଂକ୍ରାନ୍ତି ଉପଲକ୍ଷେ ପୁରୀର ଅଗ୍ରଣୀ ସାମାଜିକ ସଂଗଠନ ଉର୍ଜାବାନ ଓଡିଶା ତରଫରୁ ସ୍ଥାନୀୟ ଦଶାବତାର ମଠ ନିକଟରେ ଏକ ଟଙ୍କ ତୋରାଣି ବିତରଣ ଶିବିର ଉଦଘାଟିତ ହୋଇଯାଇଛି l ପୁରୀ ସାଂସଦ ଡାକ୍ତର ସମ୍ବିତ ପାତ୍ର ଏବଂ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଓ ଇ -୨୪ ହସ୍ପିଟାଲ ର ପ୍ରତିଷ୍ଠାତା ଇଂ ରାଜେଶ କୁମାର ମିଶ୍ର ଙ୍କ କରକମଳରେ ଉଦଘାଟିତହୋଇଯାଇଛି |ଏହି ଟଙ୍କ ତୋରାଣି ବିତରଣ ଶିବିର ଆଗାମୀ ପ୍ରାୟ ୧୫ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ଅନୁଷ୍ଠାନର ସମ୍ପାଦିକା ନିହାରିକା ତ୍ରିପାଠୀ ସୂଚନା ଦେଇଛନ୍ତି l କ୍ରମାଗତ ଚତୁର୍ଥ ବର୍ଷରେ ପଦାର୍ପଣ କରିଥିବା ଏହି ଶିବିର ଆୟୋଜନର ମୁଖ୍ୟ ଲକ୍ଷ୍ୟ ହେଉଛି ପୁରୀକୁ ଆସୁଥିବା ଶ୍ରୀଜଗନ୍ନାଥ ପ୍ରେମୀ ଭକ୍ତଗଣ ଏବଂ ସ୍ଥାନୀୟ ଅଧିବାସୀଙ୍କୁ ଗ୍ରୀଷ୍ମ କଷ୍ଟ ଲାଘବ ପାଇଁ ଅନୁଷ୍ଠାନ ଏହି ପ୍ରୟାସ ଜାରି ରଖଛି l ଏହି ଅବସରରେ ସଦର ଥାନା ଆଇଆଇସି ସୁନୀଲ କୁମାର ପ୍ରଧାନ, ଟାଉନ ଥାନା ଆଇଆଇସି ଗୋକୁଳ ରଞ୍ଜନ ଦାସ,ବଳିଆ ପଣ୍ଡା ଆଇଆଇସି ସୁନୀଲ ଯାଦବ ଏବଂ ବାସେଳୀ ସାହି ଥାନା ଆଇଆଇସି ଅବିନାଶ ରାଉତଙ୍କ ସମେତ ଅନୁଷ୍ଠାନର ସଭାପତି ସନ୍ତୋଷ ସେନାପତି,ଉପଦେଷ୍ଟା ପୁଷ୍ପଜିତ ମହାପାତ୍ର, ବୀରେନ୍ଦ୍ର ହୋତା,ସଚ୍ଚିଦାନନ୍ଦ ବିଶୋଇ, ରଶ୍ମି ରଞ୍ଜନ ନାୟକ, ସନ୍ତୋଷୀ ଭୋଇ, କଳ୍ପନା ଦାସ, ଚିତ୍ତ ରଞ୍ଜନ ଦାସ, ଆଶିଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ lପ୍ରଥମ ଦିନରେ ପାଖାପାଖି ୧୫୦/୨୦୦ ଉର୍ଦ୍ଧ୍ୱ ଭକ୍ତ ଶ୍ରଦ୍ଧାଳୁମାନେ ଟଙ୍କ ତୋରାଣି ପିଇଥିବା ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି l

