You are currently viewing ପୁରୁଷୋତ୍ତମପୁର ବ୍ଲକ ର ବିଭିର୍ଣ୍ଣ ପଞ୍ଚାୟତ ତଥା ଏନଏସିର ଶୈବ ପୀଠରେ ଭକ୍ତ ଙ୍କ ଭିଡ଼
ପୁରୁଷୋତ୍ତମପୁର ବ୍ଲକ ର ବିଭିର୍ଣ୍ଣ ପଞ୍ଚାୟତ ତଥା ଏନଏସିର ଶୈବ ପୀଠରେ ଭକ୍ତ ଙ୍କ ଭିଡ଼

ପୁରୁଷୋତ୍ତମପୁର ବ୍ଲକର ବିଭିର୍ଣ୍ଣ ପଞ୍ଚାୟତ ଯଥା ଶିକୁଳା ର ଗୁଣେଶ୍ୱର, ପ୍ରତାପୁର ର ତୁମ୍ବେଶ୍ୱର, ହିଁଣ୍ଡୁଳା ର ଅମରେଶ୍ଵର, ଷୋଳଘର ର ଦୁର୍ଗେଶ୍ୱର, ରାଇପୁର ର ସୋମେଶ୍ୱର ଓ ପଞ୍ଚୁ ମହାଦେବ, ଭାଟ କୁମରଡ଼ା ର ପଳେଙ୍କେଶ୍ୱର, ଭୁତ ସରସିଙ୍ଗି ର ବାଲୁଙ୍କେଶ୍ୱର, ବଡ଼ ଖରିଡ଼ାର କାଳେଶ୍ଵର, ଙ୍କସହିତ ଅନ୍ୟାନ୍ୟ ପଞ୍ଚାୟତ ଓ ଏନଏସିର କୁମାରୀ ର କୁମାରେ ଶ୍ୱର, ବଜାର ସ୍ଥିତ କପିଳେଶ୍ୱର, ସ୍ଵପ୍ନେଶ୍ଵର, ପାଣ୍ଡିଆ ଛକ ର ଲଙ୍ଗଳେଶ୍ୱର, ଶିବ ମନ୍ଦିର ଗୁଡିକରେ ସକାଳୁ ରାତ୍ର ଏବଂ ପାହାନ୍ତିଆ ପର୍ଯ୍ୟନ୍ତ ଭକ୍ତ ଙ୍କ ଗହଳି ଲାଗିଥାଏ |

ଲୋକମାନେ ପୂଜାର୍ଚନା କରିବା ସହିତ ସନ୍ଧ୍ୟା ଦର୍ଶନ, ଭିର୍ଣ୍ଣ, ଭିର୍ଣ୍ଣ ସ୍ଥାନରେ ମହାଦୀପ ଉଠାଣ ଏବଂ ସକାଳ ପର୍ଯ୍ୟନ୍ତ ଉଜାଗର ରହି ଶିବ ମନ୍ତ୍ର ଜପ କରି ଦୀପ ଜାଳି ଥାଆନ୍ତି |

ବିଶେଷ କରି ପ୍ରତାପୁର ର ତୁମ୍ବେଶ୍ୱର , ଭାଟ କୁମରଡ଼ା ପଲେଙ୍କେ ଶ୍ଵର, ଓ ଭୁତ ସରସିଙ୍ଗି ର ବାଲୁଙ୍କେଶ୍ୱର, ବଡ଼ ଖରିଡ଼ା ର କାଳେଶ୍ଵର ଶିକୁଳା ର ଗୁଣେଶ୍ୱର ଏବଂ ଏନଏସି ର କୁମାରେଶ୍ୱର, କପିଳେଶ୍ୱର, ଓ ସ୍ଵପ୍ନେଶ୍ଵର, ଓ ଲଙ୍ଗଳେଶ୍ୱର ମନ୍ଦିର ଗୁଡିକରେ ଲୋକଙ୍କ ଗହଳି ବେସି ପରିମାଣରେ ଲାଗିଥିବା ର ଦେଖା ଯାଇଛି |।

ରିପୋର୍ଟ ପ୍ରସନ୍ନ କୁମାର ଦାସ