ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ପ୍ରତାପୁର ଗ୍ରାମରେ ଥିବା ରାମଚନ୍ଦ୍ର ଙ୍କ ପୂଜିତ ତୁମ୍ବେଶ୍ୱର ପୀଠ ସଂଗଲଗ୍ନ ଉତ୍ତରା ଭିମୁଖୀ ରୁଷିକୁଲ୍ୟା ନଦୀରେ କୁମ୍ଭ ରାଶି,ସତ ଭିଶା ନକ୍ଷତ୍ର ପଡିଲେ ମହା ବାରୁଣୀ ସ୍ନାନ ହୁଏ ବୋଲି ଲୋକ କଥା ରହିଛି, ତାସହିତ ଋଷିକୂଲ୍ୟା ଗଙ୍ଗା ନଦୀ ଠାରୁ ହଜାରେ ବର୍ଷ ରେ ବଡ଼ ଅଟେ | ତେଣୁ ଲୋକମାନେ ପ୍ରାତସମୟରୁ ମଧ୍ୟ୍ୟ ହର୍ଣ୍ଣ ପର୍ଯ୍ୟନ୍ତ ନଦୀରେ ସ୍ନାନ କରି ସଂକଳ୍ପ, ପିତୃଙ୍କ ଶ୍ରାଦ୍ଧ କରି ପିଣ୍ଡଦାନ, ତିଳ ତର୍ପଣ, ଏବଂ ଅସ୍ଥି ବିସର୍ଜନ କାର୍ଯ୍ୟ କରିବା ସହିତ ବ୍ରାହ୍ମଣ ଙ୍କୁ ଦାନ ଧର୍ମ କରିଥିଲେ | ଏବଂ ନଦୀ କୂଳରେ ଥିବା ବିଭିର୍ଣ୍ଣ ଠାକୁରଙ୍କୁ ଦର୍ଶନ କରିବା ସହିତ ମୁଖ୍ୟ ଠାକୁର ତୁମ୍ବେଶ୍ୱର ଙ୍କୁ ଦର୍ଶନ କରି ପୁଜା କାର୍ଯ୍ୟ କରି ଠାକୁରଙ୍କ ଆଶିଷ ଲାଭ କରିଥିଲେ | ଏହି ଯାତ୍ରାକୁ ତୁମ୍ବେଶ୍ୱର ଙ୍କ ଚଳନ୍ତି ପ୍ରତିମା, ଜଗନ୍ନାଥ, ଗୋପୀନାଥ, ତାରାତାରିଣୀ, ଙ୍କ ବିଜେ ପ୍ରତିମା ଦୋଳ ରେ ଆସି ପ୍ରଥମେ ସ୍ନାନ କରିଥାନ୍ତି ଏହି ଯାତ୍ରାକୁ ତୁମ୍ବେଶ୍ୱର ଗ୍ରାମ ବାସୀ, ପୁରୁଷୋତ୍ତମପୁର ଥାନା ଏ ଏସ ଆଇ ଓ କିଛି କନେଷ୍ଟବଳ ଙ୍କ ସହିତ ସ୍ବେଛାସେବୀ ମାନେ ସହଯୋଗ କରିଥାନ୍ତି | ରିପୋର୍ଟ ପ୍ରସନ୍ନ କୁମାର ଦାସ

