ଗଞ୍ଜାମଜିଲ୍ଲାବ୍ରାହ୍ମଣପୁରୋହିତସମିତିଆନୁକୂଲ୍ୟରେ ଋଷିକୁଲ୍ୟା ନଦୀର ମହୋତ୍ସବ ତଥା ପ୍ରତାପୁର ଗ୍ରାମର ଉତ୍ତରବାଙ୍କରେ ମହାବାରୁଣୀ ସ୍ନାନ, ଓ ବିଶ୍ଵ ଶାନ୍ତି ମହାଯଜ୍ଞ ଏବଂ ପୂଣ୍ୟତୋୟା ନଦୀରେ ପୂଜନ ମହାଆଳତୀ କାର୍ଯ୍ୟକ୍ରମଅନୁଷ୍ଠିତହେଇ ଯାଇଛି । ଏହି ମହୋତ୍ସବରେ ବହୁ ପଣ୍ଡିତ ସାଧୁସନ୍ଥଙ୍କ ଉପସ୍ଥିତି ରେ ଏହି ଉତ୍ସବ ପାଳନ କରାଯାଇଛି । ଏହି ମହୋତ୍ସବର ଗଞ୍ଜାମ ଜିଲ୍ଲାର ସମସ୍ତ ଭକ୍ତ ପ୍ରେମୀ ଓ ଜ୍ଞାନୀ ଗୁଣିଜନମାନେ ଉପସ୍ଥିତ ରହି ଗଞ୍ଜାମ ତଥା ଓଡିଶାର ପଦ ମର୍ଯ୍ୟଦାକୁ ବିଶ୍ଵଦରବାରରେ ପହଞ୍ଚାଇବା ନିର୍ମିତ ବ୍ରହ୍ମଣ ପୁରୋହିତ ମାନଙ୍କର ନୂତନ ପଦକ୍ଷେପ ।

ଏହି ମହୋତ୍ସବ ନିମିତ୍ତ ଗଞ୍ଜାମ ଜିଲ୍ଲା ପୁରୋହିତ ସମିତିର ସଭାପତି ପଣ୍ଡିତ ଶ୍ରୀ ନୀଳମାଧବ ତ୍ରିପାଠୀ, କାର୍ଯ୍ୟକାରୀ ସଭାପତି ପଣ୍ଡିତ ଶ୍ରୀ ବାବୁଲା ଷଢଙ୍ଗୀ, ସମ୍ପାଦକ ପଣ୍ଡିତ ଶ୍ରୀ ସନ୍ତୋଷ କର, ଉପସଭାପତି ପଣ୍ଡିତ ଶ୍ରୀ କରୁଣାକର ଦାସ ସହ ସମ୍ପାଦକର ପଣ୍ଡିତ ଶ୍ରୀ ଟୁଟୁ ରଥ, କେଷାଧ୍ୟକ ପଣ୍ଡିତ ଶ୍ରୀ ସନ୍ତୋଷ ତ୍ରିପାଠୀ, ସଞ୍ଜୋଜକ ପଣ୍ଡିତ ଶ୍ରୀ ପ୍ରକାଶ ଚନ୍ଦ୍ର ଦାସ, ଉମାକାନ୍ତ ରଥ, ଯଜ୍ଞନାରାୟଣ ରଥ, ମନୋଜ ମହାପାତ୍ର, ବଳିପ୍ରସାଦ ଦାସ, ଚିତ୍ତରଞ୍ଜନ ପାଠୀ, ଉମାପାଠୀ, ଅରୁଣ ଶତପଥୀ, ବାପନ ଶତପଥୀ, ଆଶୁତୋଷ ଦାସ, ବିଷ୍ଣୁ ଦାସ ସମେତ ସମସ୍ତ କର୍ମକର୍ତ୍ତା ଏବଂପ୍ରତାପୁର ଗ୍ରାମବାସୀ ଙ୍କ ସହିତ ଗଞ୍ଜାମ ଜିଲ୍ଲା ଭକ୍ତ ବୃନ୍ଦ ଉପସ୍ଥିତ ଥିଲେ | ରିପୋର୍ଟ ପ୍ରସନ୍ନ କୁମାର ଦାସ
