ଝାରସୁଗୁଡ଼ା , ୨୯/୦୯ -:- ଆଜକୁ ଦୀର୍ଘ ୫ ବର୍ଷ ଧରି ଓଡ଼ିଶାର ଅଗ୍ରଣୀ ଆଧ୍ୟାତ୍ମିକ ତଥା ସାମାଜିକ ସଂଗଠନ ଉତ୍କଳ ଶିଵଶକ୍ତି ମନ୍ଦିର ପୂଜକ ସଂଘ ଚଢ଼ିଲା ସଫଳତାର ଆଉ ଏକ ସିଡ଼ି।ସମଗ୍ର ପଶ୍ଚିମ ଓଡିଶାର ଶୈବ ପୁକକ ମାନେ ସମ୍ମିଳିତ ଭାବେ ଯୋଡ଼ିହେଲେ ସଂଘ ସହିତ।ସଂଘର ରାଜ୍ୟ ସଭାପତି ପରମଶୈବ ଲଳିତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସଂଘର ଆଭିମୁଖ୍ୟ,ଆଧ୍ୟାତ୍ମିକ ଭିତ୍ତିଭୂମି, ଏବଂ ତାହାର କାର୍ଯ୍ୟବଳୀ ସମ୍ପର୍କରେ ଆଲୋଚନା କରିଥିବା ବେଳେ ରାଜ୍ୟ କୋଷାଧ୍ୟକ୍ଷ ଆଚାର୍ଯ୍ୟ ନିରଞ୍ଜନ ମହାପାତ୍ର ସଂଘ କାର୍ଯାବଳୀର ବିସ୍ତୃତ ଆଲୋଚନା କରିଥିଲେ।ଅନୁଗୁଳ ଜିଲ୍ଲା ସଭାପତି ପ୍ରକାଶ ରଣାଙ୍କ ଆହ୍ୱାନରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସ୍ତରୀୟ, ଜିଲ୍ଲା ମୁଖପାତ୍ର ମିଥୁନ ମହାପାତ୍ର, ଭଗବାନ ମହାପାତ୍ର, ସନକ ମହାପାତ୍ର, ନରେନ୍ଦ୍ର ମହାପାତ୍ର, ନରେନ୍ଦ୍ର କୁମାର ମହାପାତ୍ର, ଶ୍ରୀ ବତ୍ସ ମହାପାତ୍ର, ଟିକନ ମହାପାତ୍ର, ଝାରସୁଗୁଡା ର କମିଟି ମେମ୍ବର ବହୁ ନେତୃତ୍ୱ ମଣ୍ଡଳୀ ଯୋଗ ଦେଇଥିଲେ।ବୈଠକଟି ଝାରସୁଗୁଡା ଜିଲ୍ଲାର ଝାଡ଼େଶ୍ୱର ମହାଦେବଙ୍କ ପରିସରରେ ଅନୁଷ୍ଠିତ ଏହି ସଭାରେ ପଶ୍ଚିମ ଓଡିଶାରୁ ୪୦୦ ରୁ ଉର୍ଦ୍ଧ୍ବ ଶୈବ ପୂଜକ ଯୋଗଦାନ କରିଥିଲେ।ଧନ୍ୟବାଦ ଅର୍ପଣ କରିଛନ୍ତି ସମ୍ପାଦକ ଆଚାର୍ଯ୍ୟ ବ୍ୟମୋକେଶ ମହାପାତ୍ର ଓ ରାଜ୍ୟ ମୁଖପାତ୍ର ଏହା କୁ ଦେଖି ଜିଲ୍ଲା ର ସଭାପତି, ସମ୍ପାଦକ, ମୁଖପାତ୍ର, କୋଷାଧକ୍ଷ ଧନ୍ୟବାଦ ଅର୍ପଣ ମଧ୍ୟ କରିଛନ୍ତି, ଏକଜୁଟ କମିଟି ମେମ୍ବର ବାଲୁଙ୍କେଶ୍ୱର ମହାପାତ୍ର,ବିରୁପାକ୍ଷ ରଣା, ଅଜୟ ମହାପାତ୍ର,ଲିଙ୍ଗରାଜ ଦେହୁରୀ ,ପ୍ରଦୀପ ରଣା ଓ ସନ୍ତୋଷ ମହାପାତ୍ର ଓ ଲିଗାଲ ଆଡଭାଇଜର ପ୍ରଦୀପ ମହାପାତ୍ର ଏହି କାର୍ଯ୍ୟକର୍ମ କୁ ସାଧୁ ବାଦ ଜଣେଇଛନ୍ତ ।
