You are currently viewing ସୁନାଥର ଗ୍ରାମରେ ଚାଲିଥିବା ନାମ ଯଜ୍ଞ ରେ ଯୋଗ ଦେଲେ ଖଲ୍ଲିକୋଟ ବିଧାୟିକା
ସୁନାଥର ଗ୍ରାମରେ ଚାଲିଥିବା ନାମ ଯଜ୍ଞ ରେ ଯୋଗ ଦେଲେ ଖଲ୍ଲିକୋଟ ବିଧାୟିକା

ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ସୁନାଥର ଗ୍ରାମରେ ସରପଞ୍ଚ ଅନିଲ କୁମାର ନାହକ ଓ ଗ୍ରାମବାସୀ ଙ୍କ ମିଳିତ ସଂଯୋଜନା ରେ ଗାଁ ତଥା ସମସ୍ତଙ୍କ ମଙ୍ଗଳ ନିମିତ୍ତ ଚାଲିଥିବା ନାମଯଜ୍ଞ ସ୍ତଳରେ ଯୋଗ ଦେଲେ ଖଲ୍ଲିକୋଟ ବିଧା ୟିକା ସୂର୍ଯ୍ୟ ମଣୀ ବୈଦ୍ୟ, ଖଲ୍ଲିକୋଟ ବ୍ଳକ ଅଧକ୍ଷ ଦୈତାରୀ ବେହେରା, ଓ ସୁନାଥର ସମିତି ସଭ୍ୟ ମହେଶ୍ୱର ବସନ୍ତିଆ, ଆସ୍କା ଏମପି ନମିନୀ ସୁଦର୍ଶନ ନାୟକ,ସୁରେନ୍ଦ୍ରମଳିକ, ନୃସିଂହ ଚରଣ ବସନ୍ତିଆ (ମୁନା ) ଙ୍କ ସହିତ ଗାଁର ଗ୍ରାମବାସୀ ଓ।

ମହିଳା ମାନେ ପୋଖରୀ ତୁଠ ରୁ ବୈଷ୍ଟମ୍ବ ଙ୍କ ଦ୍ୱାରା ପୁଜା ପରେ ଗଙ୍ଗା ଦେବୀଙ୍କୁ ଆରାଧନା କରି ମହିଳା ମାନେ ନାମଯଂଜ୍ଞ ସ୍ଥଳ କୁ ଜଳକୁମ୍ଭ ଧରି ଆସିଥିଲେ ଓ ଵିଧି ବିଧାନ ଅନୁସାରେ ଏହି ନାମ ଯଜ୍ଞ କାଲିଠାରୁ ଆରମ୍ଭ ହୋଇଛି | ତେବେପୁରୁଷୋତ୍ତମପୁର ବ୍ଳକ ର 15 ଗୋଟି ପଞ୍ଚାୟତ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରେ ଆସୁଥିବାରୁ ବିଧାୟିକା ଆଜି ସେହି ସୁନାଥର ଗ୍ରାମରେ ପହଞ୍ଚି ନାମ ଯଜ୍ଞ ରେ ଯୋଗ ଦେଇଥିଲେ | ବିଧାୟିକା ନାମ ଯଜ୍ଞ ସ୍ଥଳରେ ପହଁଚିଲା ପରେ ସରପଞ୍ଚ ଓ ଅନ୍ୟମାନେ ବିଧ୍ୟାୟିକା ଓ ଅନ୍ୟ ଅତିଥି ମାନଙ୍କୁ ଯଥା ମାନ୍ୟ ସ୍ୱାଗତ ସମ୍ବର୍ଦନା କରି ଥିଲେ ଏବଂ ନାମଯଂଜ୍ଞ ରେ ଠାକୁରଙ୍କୁ ଦର୍ଶନ କରିବା ସହିତ ସରପଞ୍ଚ ଓ ଅନ୍ୟ ମାନଙ୍କ ସହିତ ଗାଁ ର ବିଭିର୍ଣ୍ଣ ଉର୍ନୟନ ମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ | ରିପୋର୍ଟ ପ୍ରସନ୍ନ କୁମାର ଦାସ