କୋଦଳା (୦୧/୧୨/୨୦୨୩)
ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କେ ବରିଡ଼ା ପ୍ରସିଦ୍ଧ ଶୈବପୀଠ ବାବା ଅମରେଶ୍ବର ମନ୍ଦିର ଠାରେ ମନ୍ଦିରର ୨୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମନ୍ଦିରର ବାର୍ଷିକ ଆୟ ବ୍ଯୟ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ମନ୍ଦିରର ଉନ୍ନତି ପାଇଁ ଦାନ କରିଥିବା ବ୍ଯକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ କୋଦଳା ପୂର୍ବତନ ଅଧ୍ୟକ୍ଷ ତଥା ଅଞ୍ଚଳର ବରିଷ୍ଠ ବିଜେଡି ନେତା ହରପ୍ରସାଦ ସାହୁ ଯୋଗଦେଇ ମନ୍ଦିରର ଉତ୍ତୋରତର ଉର୍ନ୍ନତି ନିମନ୍ତେ ନିରନ୍ତର ଉଦ୍ୟମ କରୁଥିବା କମିଟି ଏବଂ ବ୍ଯକ୍ତି ବିଶେଷଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ହଜାର ହଜାର ସଂଖ୍ୟାରେ ପ୍ରସାଦ ସେବନ କରିଥିଲେ ଶ୍ରଦ୍ଧାଳୁ। ସଭାପତି ତଥା ଅବସରପ୍ରାପ୍ତ ଶିକ୍ଷକ କାଶୀନାଥ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ଶିକ୍ଷାବିତ ସୁରେଶ ଚନ୍ଦ୍ର ସାହୁ, ସରପଞ୍ଚ ପ୍ରତିନିଧି ଭଗବାନ ପ୍ରଧାନ, ସମିତି ସଭ୍ୟା ପ୍ରତିନିଧି କୃଷ୍ଣ ଚନ୍ଦ୍ର ଗୌଡ଼, ଅମରେଶ୍ବର ଯୁବକ ସଂଘ ସଭାପତି ଅତୁଳ କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ। ମଠ ବରିଡା ଗୋପାଳସମାଜ, କେ ବରିଡ଼ା ଗୋପାଳ ସମାଜ ଓ ମିରିଗିଲେଣ୍ଡି ଗୋପାଳ ସମାଜ ଏଥିରେ ସଂପୂର୍ଣ୍ଣ ସହଯୋଗ କରିଥିଲେ।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
