You are currently viewing ନଳିହାଡ଼ ଗ୍ରାମରେ ବହୁ ଆଡ଼ମ୍ବର ସହ ଶ୍ରୀ ଗଣେଶ ପାଳିତ l
ନଳିହାଡ଼ ଗ୍ରାମରେ ବହୁ ଆଡ଼ମ୍ବର ସହ ଶ୍ରୀ ଗଣେଶ ପାଳିତ l

ଗଞ୍ଜାମ ଜିଲ୍ଲାରେ ପ୍ରତି ଗାଁ ଗହଳରେ ଏହି ସମସ୍ତ ଶିକ୍ଷାନୁଷ୍ଠାନ, ସ୍ବେଛାସେବୀ ଅନୁଷ୍ଠାନ, ସାଂସ୍କୃତିକ ଅନୁଷ୍ଠାନ ଗୁଡିକରେ ପୂଜାର୍ଚ୍ଚନା, ପୁଷ୍ପାଞ୍ଜଳି ଓ ପ୍ରସାଦ ସେବନ ସହ ନୂତନ ଛାତ୍ର ଛାତ୍ରୀ ମାନଙ୍କର ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।ଶ୍ରୀ ଶ୍ରୀ ଶ୍ରୀ ଗଜାନନଙ୍କ ମେଢ଼ ବେଶ ନିଆଁରା ଢଙ୍ଗରେ ପାଳନ କରାଯାଉଅଛି l ଏହି ପୂଜା ପ୍ରତିବର୍ଷ ଭାଦ୍ରବ ଶୁକ୍ଳ ଚତୁର୍ଥୀରେ ହୋଇଥାଏ l ପ୍ରତି ବର୍ଷପରି ଏହି ବର୍ଷ ମଧ୍ୟ ନଳିହାଡ଼ ଗ୍ରାମର ଲେଙ୍କାସହି ଠାକୁରାଣୀ ମନ୍ଦିର ନିକଟରେ ୧୧ ଫୁଟ ବିଶିଷ୍ଟ ବିଶାଳ ବଡ଼ ଶ୍ରୀ ଗଣେଶଙ୍କ ମୃତ୍ତି ବସାଇ ବହୁ ଆଡ଼ମ୍ବର ସହ ପୂଜାମଣ୍ଡପ କୁ ଆଲୋକିତ କରି ଯାକଜକମରେ ଗାଁ ଦାଣ୍ଡ ଝଲସି ଉଠୁଛି l ପ୍ରତି ବର୍ଷ ଲେଙ୍କାସାହି ପିଲାମାନେ ଶ୍ରୀ ଗଜାନନଙ୍କ ପୂଜା କରିଆସୁଛନ୍ତି l ଏହି ବର୍ଷ ଗଣେଶ ପୂଜାରେ ସଂସୁକୃତିକ ନାଟକ ଗ୍ରାମରେ ଲଗାଇବା ପାଇଁ ମା ଠାକୁରାଣୀ ଯୁବସଙ୍ଘ କହିଛନ୍ତି l ମୁଖ୍ୟ ଅତିଥି କୁକୁଡାଖଣ୍ଡି ବ୍ଲକର କଂଗ୍ରେସ ନେତା ସାକା ସୁଜିତ, କୃଷ୍ଣ ଚନ୍ଦ୍ର ସ୍ୱାଇଁ, ଅରୁଣ ଭୂୟାଁ, କାମରାଜ ଡାକୁଆ,ଦିଲ୍ଲୀପ ପାତ୍ର,ପୂଜା ମେଢ଼ରେ ଉପସ୍ଥିତ ରହିଥିଲେ l କର୍ତା ଭାବେ ଦିଲ୍ଲୀପ ଲେଙ୍କା, ଓ କାର୍ଯ୍ୟକୁ ପରିଚାଳନା କରିଥିଲେ ସନ୍ୟାସୀ ଲେଙ୍କା ସହଯୋଗୀ ମାନେ ଭଗବାନ ଲେଙ୍କା, ଗୌରାଙ୍ଗ ଲେଙ୍କା, କଂସ ଗଜେନ୍ଦ୍ର,ଶ୍ରୀକାନ୍ତ ସାହୁ, ଅର୍ଜୁନ ସ୍ୱାଇଁ, ବେଲାଳର୍ସନ ଲେଙ୍କା,ବିବେକାନନ୍ଦ ସ୍ୱାଇଁ, ଆନନ୍ଦ ଭୂୟାଁ, ବିନୋଦ ଲେଙ୍କା,କାଳିଆ ଗଜେନ୍ଦ୍ର, ସନ୍ତୋଷ ସ୍ୱାଇଁ, ସନ୍ତୋଷ ଲେଙ୍କା, ତ୍ରିମୁତି ସ୍ୱାଇଁ, ବୁଲୁ ସ୍ୱାଇଁ,ଓ ଗ୍ରାମବାସୀ ବୃନ୍ଦ l