ବିଶାଖାପାଟଣା: ୨୫.୦୬.୨୦୨୩
ଆଜି ବିଶାଖାପାଟଣାନମ୍ ଲାଙ୍କିଲାପାଲାମୁ ରେ ଥିବା ବେଦ ପାଠଶାଳା ର ତୃତୀୟ ବାର୍ଷିକ ମହୋତ୍ସବ ଉପଲକ୍ଷେ ବେଦ ପାଠଶାଳା ରେ ଶ୍ରୀଧର ସ୍ୱାମୀଜୀ ଙ୍କ ଆନୁକୁଲ୍ୟରେ ୧୦୮ ବେଦ ପୁରୋହିତ ମାନଙ୍କୁ ସହଯୋଗରେ ଵେଦ ପାଠଶାଳା ସମ୍ମୁଖରେ ୧୦୮ ଯଜ୍ଞର ହୋମ କୁଣ୍ଡ ପ୍ରସ୍ତୁତ କରାଯାଇ ଚଣ୍ଡୀ ହୋମ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କାଶିମାକଟା ଗୁରୁଜୀ ,।

ଶ୍ରୀଧର ସ୍ୱାମୀଜୀ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ରହି ଏହି କାର୍ଯ୍ୟକ୍ରମ ପାଇଁ ଆୟୋଜନ କରିଥିଲେ । ଏଥିରେ ବିଶାଖାପାଟଣା ଏବଂ ଆଖପାଖ ଅଞ୍ଚଳର ବହୁ ଭକ୍ତ ଆସି ଉପସ୍ଥିତ ରହି ଅତି ଆଡ଼ମ୍ବର ରେ ଏହି କାର୍ଯ୍ୟକ୍ରମ କରିଥିଲେ ପ୍ରଥମେ ସକାଳୁ ଗଣେଶ ପୂଜା, ଗୋ ମାତା ଙ୍କ ପୂଜା, ସୂର୍ଯ୍ୟ ପୂଜା, ନବଗ୍ରହ ପୂଜା କରାଯାଇ ଶେଷରେ ଚଣ୍ଡୀ ପାଠ ପଠନ ଏବଂ ହୋମ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ବିଶାଖାପାଟଣାନମ୍ ଏବଂ ଆଖପାଖ ଅଞ୍ଚଳର ବହୁ ବେଦ ପୁରୋହିତ ଏବଂ ଛୋଟ ଛୋଟ ଶିଷ୍ୟ ମାନେ ଆସି ମନ୍ତ୍ର ପଠନ କରି ଏହି କାର୍ଯ୍ୟକ୍ରମ ପାଇଁ ସହଯୋଗ ମଧ୍ୟ କରିଥିଲେ । ରିପୋର୍ଟ ରବି କୁମାର ଶର୍ମା


