You are currently viewing ହନୁମାନ ମନ୍ଦିର ପ୍ରତିଷ୍ଠା ନିମନ୍ତେ କଳସ ଯାତ୍ରା ଅନୁ୍ଷ୍ଠିତ
ହନୁମାନ ମନ୍ଦିର ପ୍ରତିଷ୍ଠା ନିମନ୍ତେ କଳସ ଯାତ୍ରା ଅନୁ୍ଷ୍ଠିତ

ବେଗୁନିଆପଡା (, ୩୧.୩.୨୦୨୪)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ର ନୂଆଁଗଡ଼ ଗ୍ରାମ ସ୍ଥିତ ଶ୍ରୀ ହନୁମାନ ମନ୍ଦିର ପ୍ରତିଷ୍ଠା ସହ ବିଶ୍ଵଶାନ୍ତି ପଞ୍ଚ ମହାଯଜ୍ଞ ଅବସରରେ ଆଜି କଳସ ଯାତ୍ରା ଅନୁ୍ଷ୍ଠିତ ହୋଇଯାଇଛି ।ଏଥିରେ ଶତାଧିକ ମହିଳା ସାମିଲ୍ ଥିଲେ ।ଏହି ପ୍ରତିଷ୍ଠା କାର୍ଯ୍ୟକ୍ରମ ଗତ ୩୦ ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୪ ତାରିଖ ଦିନ ଶେଷ ହେବ । କର୍ମକାଣ୍ଡ ବିଶାରଦ ବିରୂପାକ୍ଷ ଦାଶ ଶର୍ମା ଙ୍କ ଦ୍ଵାରା ପୂଜା କାର୍ଯ୍ୟକ୍ରମ ଅନୁ୍ଷ୍ଠିତ ହେଉଥିବା ବେଳେ ନୂଆଗଡ଼ ଗ୍ରାମବାସୀ ମାନେ ଉପସ୍ଥିତ ରହିବା ସହ ସହଯୋଗ କରୁଛନ୍ତି ।ଏ ନେଇ ନୂଆଗଡ଼ ଗ୍ରାମ ଉତ୍ସବ ମୁଖର ପାଲଟିଛି ।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ ।