You are currently viewing ଚୈତ୍ର ଯାତ୍ରା ପାଇଁ ତାରା ତାରିଣୀ ମନ୍ଦିର ପାହାଡ଼ ଉପର ଓ ତଳ ସିଂହଦ୍ୱାର ର ପ୍ରସ୍ତୁତି କାର୍ଯ୍ୟକ୍ରମ ଅନୁଧ୍ୟାନ କଲେ ଛତ୍ର ପୁର ଉପଜିଲ୍ଲାପାଳ,
ଚୈତ୍ର ଯାତ୍ରା ପାଇଁ ତାରା ତାରିଣୀ ମନ୍ଦିର ପାହାଡ଼ ଉପର ଓ ତଳ ସିଂହଦ୍ୱାର ର ପ୍ରସ୍ତୁତି କାର୍ଯ୍ୟକ୍ରମ ଅନୁଧ୍ୟାନ କଲେ ଛତ୍ର ପୁର ଉପଜିଲ୍ଲାପାଳ,

ପୁରୁଷୋତ୍ତମପୁର ବ୍ଳକ ତାରା ତାରିଣୀ ମନ୍ଦିର ରେ ମାଙ୍କ ଚୈତ୍ର ଯାତ୍ରା ନିମନ୍ତେ, ଭକ୍ତ ମାନଙ୍କ ସୁବିଧା ନିମନ୍ତେ ପାନୀୟ, ଜଳ ଯୋଗାଣ,ଆଲୋକୀ କରଣ , ରାସ୍ତା, ବସସେବା , ପାର୍କିଙ୍ଗ, ଶୀତଳୀ କରଣ, ଆଶ୍ରୟ ସ୍ଥଳୀ, ଶାନ୍ତି ଶୃଙ୍ଖଳା, ମୁଣ୍ଡନ ଶାଳ, ସାନ୍ନ ମଣ୍ଡପ, ଧାଡିରେ ଶୃଙ୍ଖଳିତ ଭାବେ ଯିବା ଆସିବା ନିମନ୍ତେ ବେରିକେଟ, ଇତ୍ୟାଦିକୁ ବୁଲି ସ୍ଥାନ ଚିହ୍ନଟ କରିଥିଲେ ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ପୁରୁଷୋତ୍ତମପୁର ବିଡ଼ିଓ ବିଜୟ କୁମାର ବେହେରା, ଏସଡ଼ି ପିଓ ରଜନୀ କାନ୍ତ ସାମଲ, ଆଇ ଆଇସି ପ୍ରିୟସ ରଞ୍ଜନ ଛୋଟ ରାୟ, ଯେଇ ଅଶୋକ କୁମାର ମିଶ୍ର, କନେଷ୍ଟ ବଲ ହିମାଂଶୁ ନାୟକ, ଓ ବିଦ୍ୟୁତ ବିଭାଗ ଯେଇ ଅରବିନ୍ଦ ପୃଷ୍ଟି ଓତାଙ୍କ ଷ୍ଟାଫ, RD ଷ୍ଟାଫ ପ୍ରମୁଖ ଉପସ୍ଥିତ ରହି ଏହି ଯାତ୍ରାର ରୂପରେଖ ପ୍ରସ୍ତୁତି ଏବଂ ପ୍ଲାନ କରିଥିଲେ |

ପ୍ରଥମ ପାଳି ଯାତ୍ରା ଆସନ୍ତା 14 ତାରିଖ ରେ ହେବାକୁ ଯାଉଥିବାରୁ ଏହିସବୁ ପ୍ଲାନ ପ୍ରସ୍ତୁତି ଚାଲିଛି | ( ରିପୋର୍ଟ :: ପ୍ରସନ୍ନ କୁମାର ଦାସ)