ପୋଖରୀ ଭିତରେ ଗଣେଷ ମେଢ। ମଝି ଗଣ୍ଡରେ ପୂଜା ପାଉଛନ୍ତି ବିଘ୍ନରାଜ। ଦୀର୍ଘ ୨୫ ବର୍ଷ ଧରି ଏଭଳି ପୋଖରୀ ଭିତରେ ଗଣେଷ ପୂଜା କରୁଛନ୍ତି ସ୍ଥାନୀୟ ଲୋକେ। ଚିକିମିକ୍ ଆଲୋକ ମାଳା ଓ ଆକର୍ଷଣୀୟ ତୋରଣରେ ସଜ୍ଜିତ ହୋଇଛି ପୂଜା ମଣ୍ଡପ। ପୋଖରୀ ମଝିକୁ ଯିବା ପାଇଁ କାଠ ଓ ବାଉଁଶ ଦ୍ବାରା ରାସ୍ତାବି ହୋଇଛି। ପୂଜା ମଣ୍ଡପକୁ ଯାଇ ଗଜାନନକୁଂ କିଭଳି ଦର୍ଶନ କରିବେ ଶ୍ରଦ୍ଧାଳୁ ତାର ସୁ ବନ୍ଦବୋସ୍ତ କରିଛନ୍ତି ପୂଜା କମିଟି।
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିକଟସ୍ଥ ବଡ଼ ଆଗୁଳ ଠାରେ ସବୁ ବର୍ଷ ଏଭଳି ନିଆରା ଢଙ୍ଗରେ ପୂଜା ମଣ୍ଡପ କରୁଛନ୍ତି ପୂଜା କମିଟି। ଗାଁ ଭିତରେ ଏଭଳି ବେଶ୍ ଆକର୍ଷଣୀୟ ପୂଜା ମଣ୍ଡପକୁ ଦେଖିବାକୁ ଆଖ ପାଖ ଅଞ୍ଚଳର ଲୋକଙ୍କ ଭିଡ଼ ଜମୁଛି।
ବୁଧବାର ସନ୍ଧ୍ୟାରେ ଉକ୍ତ ପୂଜା କମିଟିର ନିମନ୍ତ୍ରଣ ରକ୍ଷା କରି କୋଦଳା ପୂର୍ବତନ ନଗରପାଳ ତଥା ବରିଷ୍ଠ ବିଜେଡି ନେତା ହରପ୍ରସାଦ ସାହୁ ଉକ୍ତ ପୂଜା ମଣ୍ଡପରେ ପହଞ୍ଚି ଏଭଳି ଆକର୍ଷଣୀୟ ମେଢ଼ ପାଇଁ ପୂଜା କମିଟି ସଦସ୍ଯ ମାନଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ପୋଖରୀ ଭିତରେ ଥିବା ମଣ୍ଡପକୁ ଯାଇ ହରପ୍ରସାଦଙ୍କ ସହ ଧର୍ମପତ୍ନୀ ତଥା କୋଦଳା ପୂର୍ବତନ ଅଧ୍ୟକ୍ଷା ସୁନୀତା ପ୍ରଭା ସାହୁ, କବିସୂର୍ଯ୍ୟ ୟୁଥ୍ ଫୋରମ୍ ଅଧ୍ଯକ୍ଷା ରଞ୍ଜିତା ସାହୁ, ବହୁ ଦଳୀୟ କର୍ମକର୍ତ୍ତା ମାନେ ପହଞ୍ଚି ବଡ଼ ଆଗୁଳର ଏଭଳି ନିଆରା ମେଢ ପରିଦର୍ଶନ କରିଛନ୍ତି। ପରେ ଆୟୋଜିତ ସଭାରେ ବଡ଼ ଆଗୁଳ ଗ୍ରାମର ଉଦୟମାନ ଯୁବକଙ୍କୁ ପ୍ରଶଂସା କରିଥିଲେ ଶ୍ରୀ ସାହୁ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
