You are currently viewing ଧୁମ୍ ଧାମରେ ଚାଲିଛି ଓଡ଼ିଆ ସାହି ପେଣ୍ଠ ର ଶ୍ରୀ ଶ୍ରୀ ମାଁ କନକ ଦୂର୍ଗା ଠାକୁରାଣୀଙ୍କ ଯାତ୍ରା
ଧୁମ୍ ଧାମରେ ଚାଲିଛି ଓଡ଼ିଆ ସାହି ପେଣ୍ଠ ର ଶ୍ରୀ ଶ୍ରୀ ମାଁ କନକ ଦୂର୍ଗା ଠାକୁରାଣୀଙ୍କ ଯାତ୍ରା

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ପଦ୍ମନାଭପୁର ଓଡ଼ିଆ ସାହି ପେଣ୍ଠ ର ଆରାଧ୍ୟ ଦେବୀ ଶ୍ରୀ ଶ୍ରୀ ମାଁ କନକ ଦୂର୍ଗା ଠାକୁରାଣୀଙ୍କ ଯାତ୍ରା ମହା ଆଡମ୍ବରରେ ଚାଲିଛି ଶନିବାର ଦିନ ସକାଳ ଯାତ୍ରା ଦାଣ୍ଡ ନିକଟରେ କଙ୍କୋରଡା ଏବଂ
ଚକାତେନ୍ତୁଳି ଗ୍ରାମର ଦୁଇ ଦଳ ଭାରତଲୀଳା ସାଂସ୍କୃତିକ ନାଟକ ପରିବେଷଣ କରାଯାଇଥିଲା। ସେହି ପରି ରାତ୍ର ୧୨ଘ ୧୫ ମିନିଟ୍ ସମୟରେ ମାଁ କନକ ଦୂର୍ଗା ଠାକୁରାଣୀଙ୍କ ଘଟ ପରିକ୍ରମା କାର୍ଯକ୍ରମ ଜାରି ରହିଥିବା ବେଳେ ବିଳମ୍ବିତ ରାତ୍ରରେ ଦୂରଦୂରାନ୍ତରୁ ଆସିଥିବା ଆନ୍ଧ୍ରପ୍ରଦେଶ ରୁ ଆସିଥିବା ଅଷ୍ଟଦୂର୍ଗା , ଢେଙ୍କାନାଳ ଡୋଲ, ସୁମନ୍ତପୁର ଡୋଲ ସହିତ ପଦ୍ମନାଭପୁର ଗ୍ରାମର ପିଲା ମାନେ ମଧ୍ୟ ବେଶ ଧାରଣା କରି ମାଁ ଙ୍କ ଏହି ଯାତ୍ରା କୁ ଅତି ଶାନ୍ତି ଶୃଙ୍ଖଳା ର ସହିତ କରିଆସୁଛନ୍ତି। ଭିଡ଼କୁ ଦୃଷ୍ଟିରେ ରଖି କମିଟି ପକ୍ଷରୁ ସ୍ବତନ୍ତ୍ର ଵ୍ୟଵସ୍ଥା ଜାରି ରହିଛି ବୋଲି ଯାତ୍ରା କମିଟିର , ସୁଶାନ୍ତ ସେଠୀ, ଶିବ ସାହୁ, କହିଛନ୍ତି ସେହି ଭଳି ଯାତ୍ରା କମିଟିର ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତି ରହି ଅତି ଶାନ୍ତି ଶୃଙ୍ଖଳାରେ ସହିତ ଯାତ୍ରା ହେଉଅଛି ବୋଲି କମିଟି ପକ୍ଷରୁ କୁହାଯାଇଛି ଏହି ଯାତ୍ରା ଆଉ ୨ ଦିନ ଜାରି ରହିବା ସହିତ ଶେଷ ଦିନ ଦୁଇଦଳ ରାମାୟଣ ନାଟକ ମଧ୍ୟ କରାଯିବ ବୋଲିି କହିଛନ୍ତି।