You are currently viewing ପାଟପୁରରେ ମହାଆଡମ୍ବରରେ ମାସ ବ୍ୟାପି ପାଳିତ ହେଉଛି ମହାଲକ୍ଷ୍ମୀ ପୂଜା
ପାଟପୁରରେ ମହାଆଡମ୍ବରରେ ମାସ ବ୍ୟାପି ପାଳିତ ହେଉଛି ମହାଲକ୍ଷ୍ମୀ ପୂଜା

ସାନଖେମୁଣ୍ଡି ୦୧/୧୨/୨୨ :- ମାଆ ଲଷ୍ମୀ ଜଗତର ଜଗତଜନନୀ ବିଷ୍ଣୁଙ୍କ ଘରଣୀ, ମାଆଙ୍କୁ ଶ୍ରଦ୍ଧା ଭକ୍ତିରେ ଡାକିଲେ ମାଆ ସବୁରି ଦୁଃଖ ହରିନେଇଥାନ୍ତି l ଭକ୍ତଙ୍କ ଦୁଃଖ ଦେଖିଲେ ସାହିପାରନ୍ତି ନାହିଁ ମାଁ l ମନରେ ଭକ୍ତିଭାବରେ ଡାକିଲେ ମାଆ ଶ୍ରୀୟ ଚଣ୍ଡାଳୁଣୀଙ୍କ ଭଳି ଧନ ଧାନ୍ୟରେ ପରିପୂର୍ଣ୍ଣ କରିଦେବା ଆଶ୍ରୀବାର୍ଦ ଦେଇଥାନ୍ତି l ବର୍ଷକ ବାର ମାସରୁ ମାର୍ଗଶିର ମାସ ଶ୍ରେଷ୍ଠ ଅଟେ l ଏହି ମାସର ପ୍ରତ୍ୟେକ ଗୁରବାରେ ଘରେ ଘରେ ପାରମ୍ପରିକ ରୀତିନୀତି ଅନୁସରା ଲିପାପୋଛା କରାଯାଇ ପ୍ରଥମେ ଝୋଟିଚିତା ଅଙ୍କି ମାଆଙ୍କୁ ପୂଜାଅର୍ଚନା କରାଯାଏ l କିନ୍ତୁ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ପଞ୍ଚାୟତର ଲଷ୍ମୀନଗର ସାହିରେ ମନ୍ଦିରରେ ପୂଜା ପାଉଛନ୍ତି ମାଆ ମହାଲଷ୍ମୀ l ଏହି ମନ୍ଦିରଟି ଅଞ୍ଚଳ ପାଇଁ ଗର୍ବିତ l ମହାଲକ୍ଷ୍ମୀ ମନ୍ଦିର କମିଟିର ସହଯୋଗରେ ୨୧ ବର୍ଷ ହେଲା ପୂଜା ପାଇ ଆସୁଛନ୍ତି ମାଆ ମହାଲକ୍ଷ୍ମୀ l ପ୍ରଥମେ ମୃତ୍ତି ବନାଇ ମେଢ଼ କରି ମାଆଙ୍କ ପୂଜା କରାଯାଉଥିଲା l କାଳକ୍ରମେ କମିଟି ସଭାପତି ଶ୍ରୀ ଅଶୋକ କୁମାର ବେହେରାଙ୍କ ପ୍ରଚେଷ୍ଟାରେ ଏକ ସୁନ୍ଦର ମନ୍ଦିର ନିର୍ମାଣ କରାଯାଇ ମାଆଙ୍କ ପୂଜା ମନ୍ଦିରରେ ଆରମ୍ଭ ହୋଇଥିଲା l ଚଳିତ ବର୍ଷ ରୀତିନୀତି ଆନୁଯାୟୀ ମାର୍ଗଶିର ମାସରେ ମାଆଙ୍କୁ ଆବାହନ କରି ଯଜ୍ଞ ମଣ୍ଡପରେ ପ୍ରେତେକ ଗୁରବାର ଗୁଡିକରେ ମାଆଙ୍କ ଶୁଭ କଳସ ସ୍ଥାପନ କରି ପୂଜା କାର୍ଯ୍ୟ ଆରମ୍ଭ ହୋଇଥାଏ । ଜଗନ୍ନାଥ ସଂସୃତିକୁ ଆଧାର କରି ଏହି ମନ୍ଦିରରେ ବାର ମାସରେ ତେର ପର୍ବ ପାଳିତ ହୋଇଥାଏ l ପୁରୋହିତ ଓ ସାଧୁ ମହାରାଜଙ୍କ ମନ୍ତ୍ରପାଠରେ ସାନଖେମୁଣ୍ଡି ଅଞ୍ଚଳ ଉତ୍ସବ ମୁଖରିତ ହୋଇଉଠିଛି । ମାଆଙ୍କ ଆଗମନରେ ଖେମୁଣ୍ଡି ଅଞ୍ଚଳ ପ୍ରକାମ୍ପତି ହେବା ସହ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଚଳିତ ଲଷ୍ମୀ ପୂଜା ଉପଲକ୍ଷେ ଭଦ୍ରକ ଜିଲ୍ଲାର ପ୍ରବଚକ ତ୍ରିଦଣ୍ଡି ସ୍ୱାମୀ ଭକ୍ତି ରକ୍ଷକ ସିଦ୍ଧାନ୍ତି ମହାରାଜ ପହଞ୍ଚି ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ମନରେ ଭକ୍ତିଭାବ ଜାଗ୍ରତ କରି ଭକ୍ତମାନେ ହରିନାମ ଓ ଲଷ୍ମୀନାରାୟଣଙ୍କ ନାମ ଭଜନ ସଂକୀର୍ତ୍ତନ କରିବା ସହିତ ମାସ ବ୍ୟାପି ବୃହତ ମହାଲକ୍ଷ୍ମୀ ପୂରଣ ପାଠ କରିଥାନ୍ତି l ଉକ୍ତ ମନ୍ଦିରର ପରିଚାଳନା କମିଟିରେ ଅଶୋକ କୁମାର ବେହେରା ସଭାପତି ଥିବା ବେଳେ ଆର ରଘୁନାଥ ଦୋରା ଉପଦେଷ୍ଟା, ଚନ୍ଦ୍ରଶେଖର ସାମନ୍ତରା ସମ୍ପାଦକ, ଅରୁଣ ଖୁଣ୍ଟିଆ, ସତ୍ୟନାରାୟଣ ବେହେରା, ଉପେନ୍ଦ୍ର ସାହୁ, ଜଗନ୍ନାଥ ପଣ୍ଡା, ସୁଦର୍ଶନ ପଣ୍ଡା ସହଯୋଗୀ କମିଟି ଭାବେ ଦାୟିତ୍ୱ ତୁଲାଇ ଥାନ୍ତି l ରାଧାବଲ୍ଲଵ ନାୟକ ମନ୍ଦିରର ପୂଜକ ଅଛନ୍ତି ଓ ପଣ୍ଡିତ ଗୋପାଳ ଚନ୍ଦ୍ର ତ୍ରିପାଠୀ, ଦୁର୍ଗା ପ୍ରସାଦ ମିଶ୍ର, ଶିବରାମ ତ୍ରିପାଠୀ ଚଳିତ ପୂଜା ପଣ୍ଡିତ ଭାବେ ପୂଜା ସଂମ୍ପର୍ଣ କରିଛନ୍ତି l