You are currently viewing କୋଦଳା ଜେଲ୍ ପରିସରରେ ସାବିତ୍ରୀ ବ୍ରତ, ଅନ୍ତେବାସୀନି ମାନେ ହନୁମାନ ମନ୍ଦିରରେ ପୂଜା କରି ବ୍ରତ ପାଳିଲେ।
କୋଦଳା ଜେଲ୍ ପରିସରରେ ସାବିତ୍ରୀ ବ୍ରତ, ଅନ୍ତେବାସୀନି ମାନେ ହନୁମାନ ମନ୍ଦିରରେ ପୂଜା କରି ବ୍ରତ ପାଳିଲେ।

କୋଦଳା
ଆଜି ସାବିତ୍ରୀ ବ୍ରତ। ମହିଳା ମାନେ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ପାଳନ କରୁଛନ୍ତି ଏହି ବ୍ରତ। ତେବେ ଗଞ୍ଜାମ ଜିଲ୍ଲା କୋଦଳା ଉପ କାରାଗାର ପରିସରରେ ଦେଖିବାକୁ ମିଳିଛି ବନ୍ଦୀ ଜୀବନ କାଟୁଥିବା ମହିଳାଙ୍କ ସାବିତ୍ରୀ ବ୍ରତ। ବିଭିନ୍ନ ଅପରାଧରେ ଜେଲ୍ ରେ ରହିଥିବା ୩ ମହିଳାଙ୍କୁ ଆଜି ସାବିତ୍ରୀ ବ୍ରତ ପାଳନ କରିବା ପାଇଁ ଅନୁମତି ଦେଇଥିଲେ ଜେଲ୍ କତୃପକ୍ଷ ତରଣୀ ସେନ୍ ଦେଉରୀ। ଏଥିପାଇଁ ଜେଲ୍ ସମ୍ମୁଖରେ ଥିବା ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ବନ୍ଦବୋସ୍ତ ହୋଇଥିବା ବେଳେ ୩ ଅନ୍ତେବାସୀନି ମାନଙ୍କ ସହ ସ୍ଥାନୀୟ ମହିଳା ମାନେ ମଧ୍ଯ ଯୋଗ ଦେଇ ସାମୁହିକ ସାବିତ୍ରୀ ବ୍ରତ ପାଳନ କରିଥିବା ଦେଖିବାକୁ ମିଳିଛି। ମହିଳା ମାନଙ୍କ ପାଇଁ ଏଭଳି ପୂଜାର୍ଚ୍ଚନାର ଅନୁମତି ଦେଇଥିବାରୁ ଜେଲ୍ ଅଧ୍ଯକ୍ଷକୁଂ ଧନ୍ୟବାଦ ଜଣାଇଛନ୍ତି ଅନ୍ତେବାସୀନି ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।