ପ୍ରତେକ ଗ୍ରାମ ରେ ଥିବା ଶୈବ ପୂଜକ ମାନଂକୁ ଏକତା କରିବା ପାଇଁ ଅଣ୍ଟା ଭିଡ଼ିଲା Ussmps ଗତ କାଲି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ପୋଡାଢିହ ଗ୍ରାମର ଶ୍ରୀ ନୀଳକଣ୍ଠେଶ୍ୱର ମହାଦେବ ଙ୍କ ପରିସର ରେ ଉତ୍କଳ ଶିବଶକ୍ତି ମନ୍ଦିର ପୂଜକ ସଂଘ,ଓଡ଼ିଶାର ରାଜ୍ୟ ସଭାପତି ପରମଶୈବ ଲଳିତ ମହାପାତ୍ର ଏବଂ ରାଜ୍ୟ ସମ୍ପାଦକ ଆଚାର୍ଯ୍ୟ ବ୍ୟମୋକେଶ ମହାପାତ୍ର ଙ୍କ ଆହ୍ୱାନ କ୍ରମେ, ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ଶୈବ ପୂଜକ ମାନଙ୍କର ଏକ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି।ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ସଭାପତି ଜିତେନ୍ଦ୍ର କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସମ୍ପୃକ୍ତ ବ୍ଲକର ଶତାଧିକ ଶୈବ ପୂଜକ ଯୋଗଦେଇଥିବା ବେଳେ ସଂଘର ବିସ୍ତାର ପାଇଁ ବିସ୍ତୃତ ଆଲୋଚନା ହୋଇଥିଲା।ଆଗାମୀ ଦିନରେ ସଂଘର କାର୍ଯ୍ୟଧାରା କୁ ବିସ୍ତାରିତ କରିବା ସହ ବିଭିନ୍ନ ଜନ କଲ୍ୟାଣ ମୂଳକ କାର୍ଯ୍ୟ କରାଯିବା ନିମନ୍ତେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।ଗୋ ସୁରକ୍ଷା, ସନାତନ ଧର୍ମର ସୁରକ୍ଷା ଓ ପ୍ରଚାର ପ୍ରସାର ସହିତ ପରିବେଶ ସୁରକ୍ଷା ଉପରେ ହେଲା ବିସ୍ତୃତ ଆଲୋଚନା।ଜିଲ୍ଲା ସଞ୍ଜୟ ମହାପାତ୍ର, ଝୁଷ୍ଟିର ମହାପାତ୍ର, ସୁରେଶ ମହାପାତ୍ର, ଅବିନାଶ ମହାପାତ୍ର, ପ୍ରଦୀପ ନାୟକ,ଯୋଗେନ୍ଦ୍ର ମହାପାତ୍ର ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥବା ବେଳେ ସ୍ଥାନୀୟ ତଳଗଡ଼ ଶୈବସେବାୟତ ମାନେ ସହଯୋଗ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭାପତି ପରମଶୈବ ଲଳିତ ମହାପାତ୍ର ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ପଣ୍ଡିତ ଟୁଟୁ ମହାପାତ୍ର ଯୋଗଦେଇ ଶୈବ ସମ୍ପ୍ରଦାୟର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ଆଲୋଚନା କରିଥିଲେ।ଯୋଗଦେଇ ଶୈବ ସମ୍ପ୍ରଦାୟର ଆର୍ଥିକ ବିକାଶ ପାଇଁ ବିଭିନ୍ନ ସରକାରୀ ଯୋଜନା ସହିତ ସଂଘର ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ।ବ୍ଲକ ସଭାପତି ଜିତେନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ସ୍ଥାନୀୟ ବେଗୁନିଆ ବ୍ଲକ ତଳଗଡ଼ ଶୈବପୂଜକ ଯୋଗେନ୍ଦ୍ର ମହାପାତ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ।

