You are currently viewing ସମାଜସେବୀ ଓ ଧର୍ମପରାୟଣ ମହିଳାଙ୍କ ପରଲୋକ
ସମାଜସେବୀ ଓ ଧର୍ମପରାୟଣ ମହିଳାଙ୍କ ପରଲୋକ

ବ୍ରହ୍ମପୁର,୩/୧୦: ବରିଷ୍ଠ ରାଜନେତା ଓ ସମାଜସେବୀ ନାରାୟଣ ଚୌଧୁରୀଙ୍କ ମାତା ଶ୍ରୀମତୀ ଜମ୍ଭୁବତୀ ଚୌଧୁରୀ(୮୧) ବୁଧବାର ଦିନ ସ୍ଥାନୀୟ ପୁରୁଣା ବ୍ରହ୍ମପୁର ମେଣ୍ଟୁଛକ ସ୍ଥିତ ନିଜସ୍ବ ବାସଭବନରେ ପରଲୋକ ଗମନ କରିଛନ୍ତି। ସ୍ବର୍ଗତ ଚୌଧୁରୀ ସ୍ଥାନୀୟ ଅଞ୍ଚଳରେ ଜଣେ ଧର୍ମ ପରାୟଣ ଓ ପରୋପକାରୀ ମହିଳା ଭାବେ ଖ୍ୟାତି ଅର୍ଜନ କରିଥିଲେ। ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ମୃତ୍ୟୁ ଶଯ୍ୟା ନିକଟରେ ଜ୍ୟେଷ୍ଠ ପୁତ୍ର ନାରାୟଣ, କନିଷ୍ଠ ପୁତ୍ର ଗୌରାଙ୍ଗ, ଦୁଇ ବହୂ, ଝିଅ ଓ ନାତି ନାତୁଣୀ ଉପସ୍ଥିତ ଥିଲେ। ବିୟୋଗ ଖବର ପ୍ରସାରିତ ହେବା ପରେ ପରିବାର ବର୍ଗଙ୍କ ସମେତ ସହରର ବହୁ ବୁଦ୍ଧିଜୀବୀ, ସମାଜସେବୀ ଓ ଅଞ୍ଚଳବାସୀଙ୍କ ଉପସ୍ଥିତିରେ ଏକ ଶୋକାକୁଳ ପରିବେଶରେ ସ୍ଥାନୀୟ ନୀଳକଣ୍ଠେଶ୍ବର ଶ୍ମସାନରେ ସ୍ଵର୍ଗତ ଚୌଧୁରୀଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା।