You are currently viewing ବେଲଗୁଣ୍ଠା ଥାନା ପରିସରରେ ତ୍ରିନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ
ବେଲଗୁଣ୍ଠା ଥାନା ପରିସରରେ ତ୍ରିନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ

ବେଲଗୁଣ୍ଠା, 14/07,ବେଲଗୁଣ୍ଠା ନୂତନ ଥାନା ପରିସରରେ ଆଜି ତ୍ରିନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଏହି ପ୍ରତିଷ୍ଠା କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ଏବଂ ତାଙ୍କ ସହଧର୍ମିଣୀ ଦାୟିତ୍ୱ ତୁଲାଇଥିଲେ I ଏଥିରେ ଗଞ୍ଜାମ ଜିଲ୍ଳା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରଫୁଲ୍ଲ ବଡଜେନା, ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ବିଶ୍ଵମିତ୍ରା ହରିପାଲ୍, ଜଗନ୍ନାଥପ୍ରସାଦ ଥାନା ଅଧିକାରୀ ଦିଲ୍ଲୀପ ସ୍ୱାଇଁ, ବୁଗୁଡ଼ା ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା, ଭଞ୍ଜନଗର ଥାନା ଅଧିକାରୀ ଧୀରେଶ୍ କୁମାର ଦାଶ,ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ, ବାଲିପଦର ଫାଣ୍ଡି ଅଧିକାରୀ ସମୀର୍ ବେହେରାଙ୍କ ସମେତ ବହୁ ପୋଲିସ୍ ଅଧିକାରୀ ଯୋଗ ଦେଇଥିଲେ I ଆଜି ସକାଳ ଏଗାର ଘଣ୍ଟା ସମୟରେ ବେଲଗୁଣ୍ଠା ଥାନାର ପୋଲିସ୍ କର୍ମଚାରୀମାନେ ସ୍ଥାନୀୟ ପିଲାଖାଇ ପୋଖରୀରୁ କଳସରେ ଜଳ ଆଣିବା ପରେ ମନ୍ଦିର ପ୍ରତିଷ୍ଠା କର୍ମ ଆରମ୍ଭ ହୋଇଥିଲା I ଏଥିରେ ପୁରୋହିତ ରୂପେ ଦେବୀପ୍ରସାଦ ପତି ଏବଂ ବ୍ରଜେନ୍ଦ୍ର ପତି ଯୋଗ ଦେଇଥିଲେ I ବେଲଗୁଣ୍ଠାର ବିଭିନ୍ନ ବର୍ଗର ଲୋକେ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟରେ ଯୋଗଦେଇ ପ୍ରସାଦ ସେବନ କରିଥିଲେ I ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏସ୍ଆଇ ନାରାୟଣ ସ୍ୱାଇଁ,ଅଭୟ ପ୍ରଧାନ,ଏଏସ୍ଆଇ ବିଶ୍ଵନାଥ ମଲ୍ଲିକଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ I

ରିପୋର୍ଟ -ଶିବରାମ ଚୌଧୁରୀ