ଖଲ୍ଲିକୋଟ : 17/1 ପୁରୀ ଶ୍ରୀ ମନ୍ଦିର ପରିକ୍ରମା ମାର୍ଗ ର ଲୋକାର୍ପଣ ଉତ୍ସବ କୁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉଦଘାଟନ କାର୍ଯ୍ୟକ୍ରମ ର ସିଧା ପ୍ରସାରଣ କୁ ଖଲ୍ଲିକୋଟ ରେ ଜଗନ୍ନାଥ ଭକ୍ତି ରେ ଅପ୍ଲୁତ ଶହ ଶହ ମହିଳା ହରିବୋଲ ଓ ହୁଳହୁଳି ଧ୍ୱନି ରେ ଉପଭୋଗ କରିଥିବା ଜଣାପଡିଛି |ଖଲ୍ଲିକୋଟ ର ପଲ୍ଲୀ ଠାରୁ ସହର ପର୍ଯ୍ୟନ୍ତ ସବୁ ପଂଚାୟତ କାର୍ଯ୍ୟାଳୟ ଓ ଜଗନ୍ନାଥ ମନ୍ଦିର ମାନଙ୍କ ରେ ଲୋକ ମାନେ ଲୋକାର୍ପଣ ର ସିଧା ପ୍ରସାରଣ କୁ ଉପଭୋଗ କରିଥିବା ଜଣାପଡିଛି |

ଖଲ୍ଲିକୋଟ ସ୍ଥିତ ମର୍ଦରାଜ କଲ୍ୟାଣ ମଣ୍ଡପ ପରିସର ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମହିଳା ମାନଙ୍କ ପ୍ରବଳ ଭିଡ଼ ଜମିଥିଲା |ମୁଖ୍ୟମନ୍ତ୍ରୀ ଙ୍କ ଲୋକାର୍ପଣ ଓ ପୁରୀ ମନ୍ଦିର ପରିସର ରେ ଅନୁଷ୍ଠିତ ଯଜ୍ଞ କୁଣ୍ଡ ର ବେଦ ଧ୍ୱନି ରେ ମହିଳା ମାନେ ଭକ୍ତି ଗଦ ଗଦ ହୋଇ ପରିକ୍ରମା ମାର୍ଗ କୁ ସିଧା ପ୍ରସାରଣ ମାଧ୍ୟମ ରେ ଉପଭୋଗ କରି ନମସ୍କାର ମୁଦ୍ରା ରେ ଭକ୍ତି ବାଢି ଥିବା ଜଣାପଡିଛି |

କାର୍ଯ୍ୟକ୍ରମ କୁ ଖଲ୍ଲିକୋଟ ବ୍ଲକ ଅଧକ୍ଷ ଦୈତାରୀ ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ପରିଚାଳିତ କାର୍ଯ୍ୟକ୍ରମ ରେ ଖଲ୍ଲିକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ସାମଲ, ଜିଲ୍ଲା ପରିଷଦ ସଭ୍ୟା ସୋନମ ପଲାଇ, ଚନ୍ଦନା ସେଠି, ବିନାୟକ ଜାଲ୍ଲୀ, ଜି ପି ଓ କୃଷ୍ଣ ଚନ୍ଦ୍ର ପଣ୍ଡା, ବି ପି ଏମ ବିମଳ ରାୟଗୁରୁ, ବି ସି ସି ନିର୍ଦେଶକ ରାମ ମୋହନ ପଣ୍ଡା ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ସାହୁ, ଯୁବ ନେତା ସତ୍ୟ ସ୍ୱାଇଁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ସନ୍ଧ୍ୟାରାଣୀ ଦଳାଇ ବ୍ଲକ ମହିଳା ବିଜେଡ଼ି ସଭାନେତ୍ରୀ ମିତାଞ୍ଜଳି ମିଶ୍ର, ମଥୁରା ସରପଞ୍ଚ ମେହମତ ସେଠି ଖଲ୍ଲିକୋଟ ଏନ ଏ ସି ପ୍ରାକ୍ତନ ଉପ ନଗରପାଳ ଚିତ୍ତରଞ୍ଜନ ମାଝି ପ୍ରମୁଖ ଯୋଗ ଦେଇ ଅଂଶ ଗ୍ରହଣ କରିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ କୁ ମହିଳା ମାନେ ମନ ଭରି ଉପଭୋଗ କରିଥିବା ବେଳେ ଖଲ୍ଲିକୋଟ ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଏନ ଏ ସି ଅଧକ୍ଷ ଙ୍କ ପରିଚାଳନା ରେ ସିଧାପ୍ରସାରଣ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ |
(ରିପୋର୍ଟ -ମାଧବ ବେହେରା ଖଲ୍ଲିକୋଟ, ଗଞ୍ଜାମ )
