You are currently viewing ଶାନ୍ତି ଶକ୍ତି ଭଵନରେ ଇଶ୍ବରୀୟ ବିଶ୍ବବିଦ୍ୟାଳୟର ପ୍ରଥମ ମୁଖ୍ୟ ପ୍ରଶାସିକା ଦାଦି ପ୍ରକାଶମଣିଙ୍କ ଅବ୍ୟକ୍ତ ସ୍ମୃତି ଦିବସ
ଶାନ୍ତି ଶକ୍ତି ଭଵନରେ ଇଶ୍ବରୀୟ ବିଶ୍ବବିଦ୍ୟାଳୟର ପ୍ରଥମ ମୁଖ୍ୟ ପ୍ରଶାସିକା ଦାଦି ପ୍ରକାଶମଣିଙ୍କ ଅବ୍ୟକ୍ତ ସ୍ମୃତି ଦିବସ

ଆସିକା,୨୪/୮ (ଶକ୍ତି ପ୍ରସାଦ କର)ଆଜି ପ୍ରଜାପିତା ବ୍ରହ୍ମlକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ସ୍ଥାନୀୟ ସେବା କେନ୍ଦ୍ର ଶାନ୍ତି ଶକ୍ତି ଭଵନରେ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟର ପ୍ରଥମ ମୁଖ୍ୟ ପ୍ରଶାସିକା ଦାଦି ପ୍ରକାଶମଣି ଙ୍କ ଅବ୍ୟକ୍ତ ସ୍ମୃତି ଦିବସ ପାଳିତ ହୋଇଯାଇଛି l

ଏହି ଅବସରରେ ଶାନ୍ତି ଶକ୍ତି ଭଵନରେ ଆୟୋଜିତ ଏକ ଆଧ୍ଯାତ୍ମିକ ସ୍ନେହ ମିଳନ ରେ ଶାନ୍ତି ଶକ୍ତି ଭଵନ ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ଦାଦି ପ୍ରକାଶମଣିଙ୍କ ସ୍ମୃତି ଚାରଣ କରିବl ଅବସରରେ ପ୍ରକାଶ କରିଥିଲେ ଯେ ଦାଦି ପ୍ରକାଶମଣି ପରମାତ୍ମା ଶିବପିତାଙ୍କ ଦ୍ଵାରା ପ୍ରଦତ୍ତ ପ୍ରକାଶମଣି ନାମକୁ ସାକାର କରିବା ପାଇଁ ଅସଂଖ୍ଯ ଦୁଃଖୀ ଅଶାନ୍ତ ଆତ୍ମାଙ୍କ ପାଇଁ ପ୍ରକାଶ ସ୍ତମ୍ଭ ସଦୃଶ୍ୟ ପରମାତ୍ମାଙ୍କ ଏକ ବିଶ୍ଵ ଏକ ପରିବାର ସନ୍ଦେଶକୁ ବିଶ୍ଵ ବିଖ୍ଯାତ ଆଧ୍ଯାତ୍ମିକ କ୍ରାନ୍ତି ରେ ପରିଣତ କରିଥିଲେ l ଦାଦି ପ୍ରକାଶମଣିଙ୍କ ଅକ୍ଳାନ୍ତ ଉଦ୍ୟମରେ ଆଜି ୧୪୦ ଦେଶରେ ଇଶ୍ବରୀୟ ବିଶ୍ବ ବିଦ୍ୟାଳୟର ୫୦୦୯ ରୁ ଅଧିକ ସେବା କେନ୍ଦ୍ର ବିଶ୍ଵବାସୀଙ୍କୁ ମାନବୀୟ ମୁଲ୍ୟବୋଧର ଶିକ୍ଷା ପ୍ରଦାନ କରିବା ରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି l

ଆସିକା ଷ୍ଟେଟବ୍ୟାଙ୍କ୍ ର ଚିଫ ମ୍ୟାନେଜର ବୈକୁଣ୍ଠ ଚରଣ ମହାନ୍ତି, ମୁଖ୍ୟ ଅତିଥି ରୂପେ ଯୋଗଦେଇ ମାଉଣ୍ଟ ଆବୁ ବ୍ରହ୍ମାକୁମାରୀ ମୁଖ୍ୟାଳୟରେ ଆୟୋଜିତ ଶିବିର ର ଅନୁଭୂତି ବର୍ଣ୍ଣନା କରିବା ସହିତ ଷ୍ଟେଟବ୍ଯାଙ୍କ ରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ବିଷୟରେ ସୂଚନା ପ୍ରଦାନ କରିଥିଲେ l ଷ୍ଟେଟବ୍ଯାଙ୍କ ଲାଇଫ ଆଂଚଳିକ ପ୍ରବନ୍ଧକ ଅରୁଣ କୁମାର ବାରିକ,ଷ୍ଟେଟବ୍ଯାଙ୍କ ଜେନେରାଲର ବାଣିଜ୍ୟିକ ଉନ୍ନୟନ ପ୍ରବନ୍ଧକ ରାକେଶ କୁମାର ମହାନ୍ତି ଓ ବାଣିଜ୍ୟିକ ଉନ୍ନୟନ ପ୍ରବନ୍ଧକ ରାମ ମିଶ୍ର.


ସମ୍ମାନିତ ଅତିଥି ରୂପେ ଯୋଗଦେଇ ବିଭିନ୍ନ ବୀମା ଯୋଜନା ବିଷୟରେ ସୂଚନା ଦେବା ସହିତ ଦାଦିଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ଶେଷରେ ଶାନ୍ତି ଶକ୍ତି ଭବନ ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ରାଜ ଯୋଗ ଅଭ୍ୟାସ କରାଇଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟର ସମସ୍ତ ଭଉଣୀ ଭାଇ ସହଯୋଗ କରିଥିଲେ l