ଖଲ୍ଲିକୋଟ ;8/1 ଆଗାମୀ 17 ତାରିଖ ରେ ଲୋକାର୍ପଣ ହେବାକୁ ଥିବା ପୁରୀ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଭଳି ଭବ୍ୟ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଉପଲକ୍ଷେ ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଆୟୋଜିତ ଅର୍ପଣ ରଥ କୁ ଏନ ଏ ସି ଅଧକ୍ଷ ଇଂ. ନିରଞ୍ଜନ ବେହେରା ଅନୁଷ୍ଠାନିକା ଭାବେ ଶୁଭାରମ୍ଭ କରିଥିଲେ | ଓଡିଶା ର ଦ୍ବିତୀୟ ବୃହତ୍ତମ ଖଲ୍ଲିକୋଟ ଶ୍ରୀଜଗନ୍ନାଥ ମନ୍ଦିର ଠାରୁ ଅର୍ପଣ ରଥ କୁ ଘଣ୍ଟ ଘଣ୍ଟା କୀର୍ତନ ଓ ଶଙ୍କ, କାହାଳି ଓ ହୁଳହୁଳି ହରିବୋଲ ମାଧ୍ୟମ ରେ ରଥ କୁ ଶହ ଶହ ମହିଳା ଓ ଜଗନ୍ନାଥ ପ୍ରେମୀ ମାନଙ୍କ ଗହଣ ରେ ରଥ କୁ ପାଛୋଟି ନିଆ ଯାଇଥିଲା |ଖଲ୍ଲିକୋଟ ଏନ ଏ ସି ର 1 ନମ୍ବର 2 ନମ୍ବର ଓ 3 ନମ୍ବର ୱାର୍ଡ ର ଘର ଘର ବୁଲି ଗୁଆ ଓ ଅରୁଆ ଚାଉଳ ସଂଗ୍ରହ କରାଯାଇଥିଲା |ଅର୍ପଣ ରଥ କୁ ଶ୍ରୀଗୁଣ୍ଡିଚା ରଥ ଭଳି ବଡଦାଣ୍ଡରେ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଭିଡି ଭିଡି ନେଇଥିଲେ | ଉକ୍ତ ଅର୍ପଣ ରଥ କୁ ସହର ର ଉଭୟ ପାର୍ଶ୍ଵ ରେ ଠିଆ ହୋଇ ରଥ କୁ ସମ୍ବର୍ଦ୍ଧିତ କରିଥିଲେ | ଉକ୍ତ ଅର୍ପଣ ରଥ ଶୋଭାଯାତ୍ରା ରେ ଜଗନ୍ନାଥ ସଂସ୍କୃତି ର ଗବେଷକ ତଥା ପ୍ରବଚକ ଜ୍ଞାନା ନନ୍ଦ ସାଗର ସମେତ ଜିଲ୍ଲା ଯୁବ ବିଜେଡ଼ି ସମ୍ପାଦକ ତଥା 2 ନମ୍ବର କାଉ ନସିଲର ନାରାୟଣ ପାଢ଼ୀ ଓ ବରିଷ୍ଟ କାଉ ନସିଲର ତଥା ଶିକ୍ଷାବିତ ପ୍ରଦୀପ କୁମାର ପଟ୍ଟନାୟକ ଓ 3 ନମ୍ବର କାଉ ନସିଲର ଶ୍ରୀମତୀ ସୁଜାତା ସାମନ୍ତ, ନଗର ବିଜେଡ଼ି ସଭାପତି ନରେନ୍ଦ୍ର କୁମାର ପାତ୍ର, ଏନ ଏ ସି ନିର୍ବାହୀ ଅଧିକାରୀ ରାଜ କିଶୋର ମହାପାତ୍ର ବ୍ଲକ ର ପ୍ରାକ୍ତନ ଅଧକ୍ଷ ରାଧାଶ୍ୟାମ ଦୋରା ସମେତ ସବୁ କାଉ ନସିଲର ମାନେ ଉକ୍ତ ଯାତ୍ରା ରେ ଅଂଶ ଗ୍ରହଣ କରିଥିଲେ |

ଅର୍ପଣ ରଥକୁ ଜଗନ୍ନାଥ ଙ୍କ ଉଧେଶ୍ୟ ରେ ସାହି ବାସିନ୍ଦା ମାନେ ଅକ୍ଷତ ଚାଉଳ ଓ ଗୁଆ ଦେବା ବେଳେ ଘର ଆଗରେ ଝୋଟି ଚିତ| କାଟି ପୂର୍ଣ୍ଣ କୁମ୍ଭ ରଖି ଶୁଭ ଓ ଶୁଚି ବନ୍ତ ହୋଇ ପ୍ରଦାନ କରିଥିଲେ |
(ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )
