ସୋରଡା ବିଧାୟକ ପୂର୍ଣଚନ୍ଦ୍ର ସ୍ୱାଇଁ ଓ ସ୍ଥାନୀୟ ଲୋକଙ୍କ ପ୍ରଚେଷ୍ଟା କ୍ରମେ ଆରମ୍ଭ ହୋଇଥିବା କନ୍ଧୁଣି ଦେବୀଙ୍କ ଯାତ୍ରା ଆଜି ଠାରୁ ବହୁତ ଧୁମଧାମରେ ପାଳନ ହେବାକୁ ଯାଉଛି।ଏହି ସମୟରେ ମାଙ୍କ ଯଥାବିଧି ଅନୁସାରେ ପୂଜାର୍ଚ୍ଚନା ପରେ ବାଲି ଆସିବା ବା କଣ୍ଟାପିଢ଼ା ଯାତ୍ରାର ପ୍ରଥମ ପର୍ବ ଆରମ୍ଭ ହୋଇଛି। ଆଜିଠାରୁ ଅଞ୍ଚଳର ପରିବାର ସୁଜନ ସହ ବନ୍ଧୁବର୍ଗ ଙ୍କୁ ନିମନ୍ତ୍ରଣ କରି ଆଡମ୍ଭରରେ ପାଳନ କରାଯାଉଛି,ଏଣୁ ଆଜିଠାରୁ ବହୁତ ଗହଳି ପରିଲକ୍ଷିତ ହେଉଥିବା ବେଳେ ଆଗକୁ ଆହୁରି ଜନସମାଗମ ହେବାର ଆଶା ରଖିଛନ୍ତି। ଆଜିର ଏହି ଆଦ୍ୟ ପର୍ଵରେ ଯାତ୍ରା କମିଟି ସଭାପତି ତଥା ବିଧାୟକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ଙ୍କ ଶହ ସମ୍ପାଦକ ଦୁର୍ଗାଚରଣ ଶତପଥୀ, ଉପ ସଭାପତି କୈଳାସ ପଣ୍ଡା, ଶିଵ ପ୍ରସାଦ ସୁଆର ଆଦିଙ୍କ ଉଦ୍ୟମରେ ସମ୍ପୂର୍ଣ୍ଣ ସାଜସଜ୍ଜାରେ ସହର ପରିପୂର୍ଣ୍ଣତା ଭାରି ଯାଇଛି।ମାଙ୍କ ଆଦ୍ୟ ସେବକ ମୁଖ୍ୟ ପୂଜକ ତଥା ସୋରଡା ଅଞ୍ଚଳ ର ପ୍ରତିଷ୍ଠିତ ବ୍ୟକ୍ତି ଶ୍ରୀ କାଳୀ ଚରଣ ଶତପଥୀଙ୍କ ପୌରହିତ୍ୟରେ ପ୍ରତ୍ୟହ ସନ୍ଧ୍ୟାରେ ବିଶେଷ ସାଜସଜ୍ଜା କରାଯାଇ ଆଳତୀ ସମର୍ପଣ ସମ୍ପର୍ଣ୍ଣ ହେଉଛି। ଏବଂ ପ୍ରତ୍ୟେକ ରାତ୍ରିରେ ବିଭିନ୍ନ ବିଭାଗ ଓ ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ଵାରା ବିଶେଷ ଭୋଗ ପ୍ରସ୍ତୁତ କରାଯାଏ।ଓ ଭୋଗ ହେବା ପରେ ପ୍ରସାଦ ସେବନ ବନ୍ଧୁ ସ୍ୱଜନଙ୍କ ଦ୍ଵାରା ସମାପନ ହୋଇଥାଏ।ଏବଂ ଆଜିର ଯାତ୍ରା ଜଗନ୍ନାଥଙ୍କ ଆଜ୍ଞାମାଲ ପାଇ ସରିବା ପରେ ଦୋହରି ସେବକ ମାନଙ୍କ ଦ୍ଵାରା ମାଙ୍କ ଆସ୍ଥାନରୁ ଢୋଲ ବାଦ୍ୟ ଓ ଭେରୀ ତୁରୀର ବିରାଟ ପଟୁଆରରେ ଋଷିକୂଲ୍ୟା ନଦୀ ପଠାକୁ ଅନ୍ଧାର ରାତ୍ରିରେ ଯାଇ ବାଲିକୁ ନେଇ ଆସିଥାନ୍ତି।ଏଣୁ ଆଜିର ଏହି ଯାତ୍ରାକୁ ମାଙ୍କ ବାଲି ଯାତ୍ରା ମଧ୍ୟ କୁହାଯାଏ।ଏବଂ ଭାଜି ରଖାଯାଇଥିବା ମୁଗ, ବିରି ,ଧାନ ଭଳି ପଞ୍ଚ ଶସ୍ୟକୁ ବୁଣି ରଖା ଜାଇଥାଏ।


ପ୍ରତ୍ୟହ ଏହି ପଞ୍ଚ ଶସ୍ୟର ଚାଙ୍ଗୁଡ଼ାକୁ ପୂଜାର୍ଚ୍ଚନା ସମ୍ପନ୍ନ ହେବ। ଆଜିର ଏହି ଯାତ୍ରାରେ ଏନ୍ ଏ ସି ଅଧ୍ୟକ୍ଷ ଶିଵ ଶଙ୍କର ପଣ୍ଡା,କାଉନସିଲର ସତ୍ୟନାରାୟଣ ସୁବୁଦ୍ଧି, କାଜଲ ପ୍ରଧାନ,ଆସ୍କା ସମବାୟ ବ୍ୟାଙ୍କର ସୋରଡ଼ା ସଭାପତି ବସନ୍ତ କୁମାର ସ୍ୱାଇଁ, ଜିଲ୍ଲା ପରିଷଦ ପ୍ରଫୁଲ୍ଲ କୁମାର ମହାଙ୍କୁଡ,ସମରେନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ।
