You are currently viewing ମାଆ ପାଟ୍ଟଖଣ୍ଡା ପାଞ୍ଚବନ୍ଧୁ ସମାଜର ମହାସମ୍ମିଳନୀ ଅନୁଷ୍ଠିତ
ମାଆ ପାଟ୍ଟଖଣ୍ଡା ପାଞ୍ଚବନ୍ଧୁ ସମାଜର ମହାସମ୍ମିଳନୀ ଅନୁଷ୍ଠିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଡ଼ ରେ ମାଆ ପାଟ୍ଟଖଣ୍ଡା ପାଞ୍ଚବନ୍ଧୁ ସମାଜର ମହାସମ୍ମିଳନୀ ସାରଙ୍ଗଡ଼ସ୍ଥିତ ଗଡ଼କାତି ପଡିଆ ରେ ଅନୁଷ୍ଠିତ ହୋଇଥିଲା l ପାତ୍ର, ବିଷୋୟୀ, ପୂଜାରୀ, ଦଳପତି, କୋଠଦଳାଇ ଙ୍କୁ ନେଇ ଗଠିତ ସମାଜ ର ସଭାକାର୍ଯ୍ୟ ପ୍ରାରମ୍ଭରୁ କ୍ଷତ୍ରିୟ କୁଳ ସମାଜର ଅଧିଷ୍ଠାତ୍ରୀ ଦେବୀ ମାଆ ପାଟ୍ଟଖଣ୍ଡା ଦେବୀଙ୍କ ମନ୍ଦିର ରେ ପୂଜାର୍ଚନା ପରେ ବିରାଟ ପଟୁଆର ଏବଂ ପାରମ୍ପରିକ ବୀର ବାଦ୍ୟର ତାଳେ ତାଳେ ନଗର ପରିକ୍ରମା କରିଥିଲା l ସମାଜର ଆବାହକ ତଥା ସଂଯୋଜକ ସହଦେଵ ପାତ୍ରଙ୍କ ଆବାହନ କ୍ରମେ ଆୟୋଜିତ କାର୍ଯ୍ୟକ୍ରମ ରେ ପାତ୍ର ସମାଜ ରୁ ରୁଦ୍ରପ୍ରତାପ ସିଂ ଏବଂ ରଘୁମଣି ପାତ୍ର ଏବଂ ପାଞ୍ଚବନ୍ଧୁ ସମାଜ ର ସଭାପତି ଡ଼ମ୍ବରୁଧର ପାତ୍ର ବିଷୋୟୀ ସମାଜ ରୁ ତ୍ରିନାଥ ଠାକୁର ବିଷୋୟୀ ଏବଂ ବ୍ରଜ ସୁନ୍ଦର ବିଷୋୟୀ ପୂଜାରୀ ସମାଜରୁ ଶ୍ୱେତବାନ ପୂଜାରୀ, ବ୍ରହ୍ମଚାରୀ ପୂଜାରୀ ଦଳପତି ସମାଜରୁ ସଦାନନ୍ଦ ଦଳପତି ଏବଂ କୋଠଦଳାଇ ସମାଜରୁ ଶିବରାମ ଦଳପତି ଏବଂ ଶିରୋମଣି ଦଳପତି ମଂଚାସୀନ ଥିଲେ l ପାଞ୍ଚବନ୍ଧୁ ସମାଜର ବରେଣ୍ୟ ମୁଖ୍ୟ ପୁରୋଧା ମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉପଢ଼ୋକନ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା l ସଭାପତି ଡ଼ମ୍ବରୁଧର ପାତ୍ର ଙ୍କ ଅଧକ୍ଷତା ରେ ସ୍ୱାଗତ ଭାଷଣ ରଖିଥିଲେ ଯୋଗେନ୍ଦ୍ର ସିଂ ପାତ୍ର l କନ୍ଧମାଳ ଜ଼ିଲ୍ଲାର ସର୍ବ ପୁରାତନ ଜନ ବସତି ସାରଙ୍ଗଡ଼ ଷୋହଳ ମୁଠାରେ ମୂଳଅଧିବାସୀ ଭାବେ ବସବାସ କରିଥିଲେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଏହି ଜାତିଭାଇ ମାନେ ଉପେକ୍ଷିତ ସର୍ବପରି ଶିକ୍ଷା ସାମାଜିକ ଅର୍ଥନୈତିକ ସଂସ୍କୃତି ପରମ୍ପରା ର ଅଭିବୃଦ୍ଧି ଘଟିନାହିଁ ଏସବୁର କିଭଳି ଅଭିବୃଦ୍ଧି ଘଟିବ ମୁଖ୍ୟତଃ ଶିକ୍ଷା ଏବଂ ସାମାଜିକ ଅର୍ଥନୈତିକର ବିକାଶ କେମିତି ହେବ ସେନେଇ ଆଲୋଚନା ହୋଇଥିଲା l ଅନ୍ୟ ଜ଼ିଲ୍ଲା ର ସଂସ୍କୃତି ପରମ୍ପରା ଅବାଧ ପ୍ରବେଶ ଯୋଗୁଁ ମା ପାଟ୍ଟଖଣ୍ଡା ଙ୍କ ପ୍ରମୁଖ ଗଣପର୍ବ କାନ୍ଦୁଲ ଭଜା ଯାତ୍ରା ଆଜି ଗୌଣହେବାକୁ ଲାଗିଛି ପର୍ବ କିଭଳି ଜ଼ିଲ୍ଲାର ବିଭିନ୍ନ ମୁଠା ମାନଙ୍କ ରେ ଜାକଯାକମ ରେ ପାଳନ ହେବ ସେନେଇ ପ୍ରୟାସ କରାଯିବ ବୋଲି ପାଞ୍ଚବନ୍ଧୁ ସମାଜ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି l ସାମାଜିକ କଳଙ୍କ ଯୌତୁକ ପ୍ରଥା ଆଜି ପର୍ଯ୍ୟନ୍ତ ଏହି ସମାଜ ରେ ପ୍ରଚଳିତ ନାହିଁ ଏହା କିଭଳି କାଏମ ରହିବ ଏବଂ ଅନ୍ଧ ବିଶ୍ୱାସ କୁ ସଂସ୍କାର ବାଲ୍ୟ ବିବାହ କୁ ସମ୍ପୂର୍ଣ୍ଣ ବନ୍ଦ ସହିତ ନାରୀ ଶିକ୍ଷାକୁ ପ୍ରାଧାନ୍ୟ ଦେବାକୁ ସମାଜ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା l ଅନ୍ୟମାନଙ୍କ ମଧ୍ୟରେ ରାକେଶ କୋଠଦଳାଇ, ଅଶ୍ୱିନୀ କୁମାର ପାତ୍ର, ଅମୁଲ୍ୟ ବିଷୋୟୀ, ଗୌରାଙ୍ଗ ବିଷୋୟୀ ଙ୍କ ସମେତ ବିଭିନ୍ନ ମୁଠା ରୁ ସମାଜ ଭାଇ ଓ ଭଉଣୀ ମାଆ ବାପା ଯୋଗଦେଇଥିଲେ l ପିତବାସ ବିଷୋୟୀ ମଞ୍ଚ ପରିଚାଳନା କରି ଧନ୍ୟବାଦ ଅର୍ପଣ କରିଥିଲେ l