You are currently viewing ପୁରୁଷୋତ୍ତମପୁର କନକା ସାହିରେ 24 ପ୍ରହର ନାମଯଂଜ୍ଞ ଅନୁଷ୍ଠିତ |
ପୁରୁଷୋତ୍ତମପୁର କନକା ସାହିରେ 24 ପ୍ରହର ନାମଯଂଜ୍ଞ ଅନୁଷ୍ଠିତ |

ପୁରୁଷୋତ୍ତମପୁର ଏନଏସି ସ୍ଥିତ କନକା ପୁରୁଣା ଜଗନ୍ନାଥ ମନ୍ଦିର ସାହିରେ ରାଧାକୃଷ୍ଣ କୀର୍ତ୍ତନ ସଙ୍ଘ, କର୍ମ କର୍ତ୍ତା ଙ୍କ ସଂଯୋଜନା ରେ 24 ପ୍ରହର ନାମଯଂଜ୍ଞ, ହରି ହାଟ, ଓ ଆସନ୍ତା କାଲି ଅର୍ଣ୍ଣ ପ୍ରସାଦ ବଣ୍ଟନ ର କାର୍ଯ୍ୟକ୍ରମ ରହିଛି ବୋଲି ଆୟୋଜକ ମାନେ ମତ ଦେଇଛନ୍ତି | କଳି ଯୁଗରେ ମୋହ, ମାୟା, ଲୋଭ, ଦୁଷ୍ଟ ଏବଂ କୃପଣ ବୃଦ୍ଧି ପରିହାର କରି ସତ ସଙ୍ଗ ଜୀବନ ଜାପନ କରିବା ସହିତ ହରି କଥା ମୃତ ଶ୍ରବଣ କଲେ ଏହି ଜୀବନ ଜଞ୍ଜାଳ ରୁ ମୁକ୍ତି ମିଳିବ ବୋଲି ଧର୍ମ ପ୍ରଚାରକ ମାନେ ମତ ଦେଇଛନ୍ତି |

ତେଣୁ ଏହି ପବିତ୍ର କାର୍ତ୍ତିକ ମାସର ଶେଷ ପଞ୍ଚୁକ 5ଦିନ ପ୍ରାୟ ସବୁ ଗାଁର ବିଭିର୍ଣ୍ଣ ସ୍ଥାନ ଓ ମନ୍ଦିର ବେଢାରେ ହରି ନାମ ଯଜ୍ଞ ର ଆୟୋଜନ ଗ୍ରାମବାସୀ ଓ କିଛି ଯୁବକ ସଙ୍ଘର ଆନୁକୂଲ୍ୟରେ କନକା ସାହି ସ୍ଥିତ ପୁରୁଣା ଜଗନ୍ନାଥ ମନ୍ଦିର ରେ ଏହି 24 ପ୍ରହର ନାମଯଂଜ୍ଞ ର ଆୟୋଜନ କରାଯାଇଥିଲା ଏହାଦ୍ୱାରା ହରିନାମ ଶ୍ରବଣ କରି ଏହି ଜୀବନ ଜଞ୍ଜାଳ ରୁ ମୁକ୍ତି ପାଇଁ ଏହା କେବଳ ଗୋଟିଏ ମାଧ୍ୟମ ଅଟେ |.