ପୁରୁଷୋତ୍ତମପୁର ସହର ରେଥିବା ଦିବ୍ୟଜୀବନ ସଙ୍ଘ ତରଫରୁ ସଦଗୁରୁ ସ୍ୱାମୀ ଚିଦାନନ୍ଦ ମହାରାଜା ଙ୍କ 108 ତମଜନ୍ମ ଜୟନ୍ତୀ ମହା ଆଡମ୍ବର ରେ ପାଳିତ କରା ଯାଇଛି | ସକାଳ 6ଘଣ୍ଟ ସମୟରେ ରାଧକାନ୍ତ ସାହିରେ ଥିବା ଶିବାନନ୍ଦ କୋଚିଙ୍ଗ ସେଣ୍ଟର ତରଫରୁ ଛାତ୍ର, ଛାତ୍ରୀ ଓ ଗୁରୁ ଭାଇ ମାନଙ୍କୁ ଧରି ନଗର ଭ୍ରମଣ କରିବା ସହ ଦିବା 8ଘଣ୍ଟ ସମୟ ରେ ସ୍ୱାମୀଙ୍କ ପାଦପୁଜା, ଅର୍ଚନା, ଗୀତା ପାରାୟଣ, ସୁନ୍ଦରା କାଣ୍ଡ ରାମାୟଣ ପାରାୟଣ, ଗୁରୁବାଣୀ ଶ୍ରବଣ, ଆଳତି, ପୁଷ୍ପାଞ୍ଜଳୀ ପ୍ରଦାନ ସହିତ ପ୍ରସାଦ ସେବନ ର ବ୍ୟବସ୍ତା କରାଯାଇଥିଲା | ଅନୁଷ୍ଠାନ ର ସଭାପତି ଯତିରାଜ ଦାଶ, ସମ୍ପାଦକ କେ ବାବୁରାଓ, ଗୁରୁଭାଇ ପୁର୍ଣଚନ୍ଦ୍ର ପଣ୍ଡା, ଭିକାରୀ ନାୟକ, ଗଗନ କୁମାର ସାହୁ,ପ୍ରଶାନ୍ତ ସେନାପତି, ଦୁର୍ଗା ପ୍ରସାଦ ରାଓ, ବିଶ୍ୱନାଥସ୍ବାଇଁ,ଶ୍ରୀକାନ୍ତ, ସଞ୍ଜୟ ଙ୍କ ପ୍ରତାକ୍ଷ ତତ୍ୱା ବଧାନ ରେ ଏହି କାର୍ଯ୍ୟକ୍ରମ ସମ୍ପାଦନା କରାଯାଇ ଥିଲା |

