ପୁରୁଷୋତ୍ତମପୁର ସହର ରେ ମାଆଙ୍କ ଠାକୁରାଣୀ ଯାତ୍ରା ଆସନ୍ତା ମାସ ଆଠ ତାରିଖ ପର୍ଯ୍ୟନ୍ତ ଚାଲୁ ରହିଛି | ବର୍ତ୍ତମାନ ମାଆ ପାଇଁ ପଞ୍ଚ ଠାକୁରାଣୀ କେଉଁଦିନ କେଉଁ ୱାର୍ଡ କୁ ନଗର ପରିଭ୍ରମଣ ରେ ଯାଉଛନ୍ତି, ଏବଂ ଲୋକମାନେ ତାଙ୍କରି ପାଦ ଧୋଇ ପୂଜାର୍ଚନା କରୁଛନ୍ତି | ତେବେ ଆଜି ମାଆ ପରିବା ବଜାର କୁ ମଧ୍ୟ ପରିଭ୍ରମଣ ରେ ଯାଇଥିଲା ବେଳେ ସେଠାରେ ତାଙ୍କୁ ମହିଳା ମାନେ ତାଙ୍କ ପାଦ ଧୋଇ ଶରଣ ପଶିଥିଲେ ଏବଂ ପୂଜାରୀ ପୂଜର୍ଚନା କରି ଭୋଗ ରାଗ କରି ଆଳତି କରି ଥିଲେ | ତେବେ ମାଆଙ୍କ ପାଇଁ ପରିବା ବ୍ୟବସ୍ୟାୟୀ, ମାନେ ବିଭିନ୍ନ ପକ୍ଵଫଳ ସହିତ ସୁମଧୁର ଛେନା ପଣା ଭୋଗ କରି ଥିଲେ | ଏବଂ ଭୋଗ ଏବଂ ପଣାକୁ ସେଠୀ ଉପସ୍ଥିତ ଥିବା ବ୍ୟକ୍ତିଙ୍କ ସହ ବ୍ୟବସ୍ୟାୟୀ ମାନଙ୍କୁ ବଣ୍ଟନ କରିଥିଲେ |

ଏହି କାର୍ଯ୍ୟକ୍ରମ ରେ ପରିବା ବ୍ୟବସ୍ୟାୟି ସଂଘର ସଭାପତି କିଶୋର ଚନ୍ଦ୍ର ଦାଶ, ପ୍ରକାଶ ଚନ୍ଦ୍ର ସାହୁ, ବଳରାମ ଗୌଡ଼, ନୀଳାଞ୍ଚଳ ମହାପାତ୍ର, ରବୀନ୍ଦ୍ର ମହାପାତ୍ର, ବୁଲୁ ବେହେରା, ପୂର୍ଣ୍ଣ ଚନ୍ଦ୍ର ଦାଶ, କାଳିଆଗୌଡ଼,ପୂର୍ଣ୍ଣିଚନ୍ଦ୍ର ପାତ୍ର,ବୈକୁଣ୍ଠ ଦାଶ,ପ୍ରଦୀପ ମହାପାତ୍ର, ଭାଗିରଥି ବେହେରା, ଉପସ୍ଥିତରହି ସହଯୋଗ କରିଥିଲେ | ଏବଂ ପରିବା ବଜାର ର ସମସ୍ତ ମହିଳା ଓ ପୁରୁଷ ବ୍ୟବସ୍ୟାୟୀ ମାନେ ମଧ୍ୟ ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମ ବାବୁ ପଳାଇ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଥିଲା |
