ବ୍ରହ୍ମପୁର ୦୫/୧୨ – ଦିବ୍ୟ ଜୀବନ ସଂଘ ମହିଳା ଶାଖା ପରିସରରେ ଭଗବାନ ଶ୍ରୀକୃଷ୍ଣଙ୍କ ମୁଖାରବିନ୍ଦରୁ ନିଃସୃତ ବାଣୀ ପବିତ୍ର ଭଗବତ୍ ଗୀତାର ସମସ୍ତ ୭୦୦ ଶ୍ଳୋକ ଆବୃତ୍ତି କରିବା ସହ ଘୃତ-ଯଜ୍ଞ ମହା ଆଡ଼ମ୍ବରରେ ପାଳିତ ହୋଇଥିଲା।
ଗୀତା ଏକ ସାର୍ବଜନୀନ ଗ୍ରନ୍ଥ ଏବଂ ଏହା ସମସ୍ତଙ୍କ ନିମନ୍ତେ ପ୍ରଯୁଜ୍ୟ। ଭଗବାନ ଶ୍ରୀକୃଷ୍ଣଙ୍କ ମୁଖନିସୃତ ଗୀତା ସୁଚାଇଥାଏ ଆଦର୍ଶ ମନୁଷ୍ୟର କର୍ତ୍ତବ୍ୟ। ଗୁରୁଦେବ ଶିବାନନ୍ଦ ସରସ୍ବତୀ ମହାରାଜଙ୍କ ଅନୁସାରେ କର୍ମ, ଜ୍ଞାନ ଓ ଭକ୍ତି ମାର୍ଗ ଅନୁସରଣ କରି ଇଶ୍ଵର ଉପଲବ୍ଧି କରିହେବ। ଏହି ସବୁ ଦିବ୍ୟ କାର୍ଯ୍ୟକ୍ରମକୁ ସଂଘର ବରିଷ୍ଠ ଗୁରୁ ଭାଇ ଅରୁଣ କୁମାର ଦାଶ ସମ୍ପନ୍ନ କରିବା ସହ ଦିବ୍ୟ ଜୀବନ ସଂଘ ଦକ୍ଷିଣାଞ୍ଚଳ ସମନ୍ୱୟ ସମିତିର କୋଷାଧ୍ୟକ୍ଷ ଶାନ୍ତିଭୂଷଣ ପଣ୍ଡା, ଶ୍ରୀନିବାସ ପାତ୍ର, ପ୍ରମିଳା ମହାରଣା, ଶକୁନ୍ତଳା, ଶାରଦା ଦାଶ, ସରସ୍ଵତୀ ପାଣିଗ୍ରାହୀ, ମୁନା ପାଣିଗ୍ରାହୀ, ପ୍ରବୀଣା ମିଶ୍ର ପ୍ରଭୃତି ପରିଚାଳନା କରିଥିଲେ

