ଖଲ୍ଲିକୋଟ : 29/1 ପୁରୀ ଶ୍ରୀଜଗନାଥ ଙ୍କ ନୂତନ ଭାବେ ଲୋକାର୍ପଣ ହୋଇଥିବା ପରିକ୍ରମା ଦର୍ଶନ ପାଇଁ ଯାଉଥିବା ଗଞ୍ଜାମ ଜିଲ୍ଲା ରା ତିନି ଗୋଟି ନିର୍ବାଚନ ମଣ୍ଡଳୀ ରୁ ବାହାରିଥିବା ପରିକ୍ରମା ମାର୍ଗ ଦର୍ଶନ|ର୍ଥୀ ମାନଙ୍କୁ ଖଲ୍ଲିକୋଟ ରେ ବିପୁଳ ଭାବେ ସ୍ୱାଗତ କରିବା ସହ ସକାଳ ର ଜଳଖିଆ ରେ ଆପ୍ୟାୟିତ କରିଥିବା ଜଣାପଡିଛି |ସରକାରଙ୍କ ପୂର୍ବ ନିର୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ସୋମବାର ଦିନ ସକାଳୁ ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ, ଅର୍ଥ ମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ

ଭଞ୍ଜନଗର ଓ ଜଗନ୍ନାଥ ପ୍ରସାଦ ନିର୍ବାଚନ ମଣ୍ଡଳୀ ରୁ 70 ଗୋଟି ସୌଖିନ ବସ ରେ ପ୍ରାୟ 3 ହଜାର ପରିକ୍ରମା ମାର୍ଗ ଦର୍ଶନ|ର୍ଥୀ ଙ୍କୁ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ବ୍ଲକ ଅଧକ୍ଷ ଦୈତାରୀ ବେହେରା, ଖଲ୍ଲିକୋଟ ବି ଡ଼ି ଓ ଦେବାଶିଷ ସାମଲ, ସାଂସଦ ପ୍ରତିନିଧି ରତ୍ନାକର ସାହୁ, ଜିଲ୍ଲା ପରିଷଦ ସଭ୍ୟା ସୋନମ ପଲାଇ, ସମେତ ଜିଲ୍ଲା ପ୍ରଶାସନ ର ପ୍ରତିନିଧି ଏ ପି ଡ଼ି ଓ ବ୍ଲକ ମହିଳା ବିଜେଡ଼ି ସଭାନେତ୍ରୀ ମିତାଞ୍ଜଳି ମିଶ୍ର ଓ ବ୍ଲକ ଯୁବ ବିଜେଡ଼ି ସଭାପତି ଦୟାନିଧି ସାହୁ ଓ

ନିର୍ବାଚନ ମଣ୍ଡଳୀ ଯୁବ ବିଜେଡ଼ି ସଭାପତି ଭିକାରି ଚରଣ ପାଣ୍ଡୀ ସମେତ ସମସ୍ତ ନୋଡାଲ ଅଫିସର ମାନେ ଉପସ୍ଥିତ ରହି ଖଲ୍ଲିକୋଟ ଆର ସି ଏମ କଲେଜ ଷ୍ଟାଡିୟମ ରେ ସ୍ୱାଗତ କରି ସେମାନଙ୍କ ସୁବିଧା ଅସୁବିଧା ବୁଝିବା ସାଙ୍ଗକୁ ସକାଳର ଜଳଖିଆ ଓ ପାନୀୟ ଜଳ ପ୍ରଭୃତି

ଯୋଗାଇଥିଲେ |ଉକ୍ତ ଦର୍ଶନର୍ଥୀ ମାନେ ଜଗନ୍ନାଥ ଙ୍କ ପରିକ୍ରମା ମାର୍ଗ ଦର୍ଶନ କରି ଫେରିବା ପରେ ଖଲ୍ଲିକୋଟ ଠାରେ ରାତ୍ରି ଭୋଜନ ପରେ ନିଜ ନିଜ ନିର୍ବାଚନ ମଣ୍ଡଳୀ କୁ ସ୍ଥାନାନ୍ତର କରାଯିବ ବୋଲି ବ୍ଲକ ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି |
( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )
