You are currently viewing ଦୁର୍ଗା ଏବଂ ବାଘ ପରିବାର ପକ୍ଷରୁ ନୁଆଁଖାଇ ପର୍ବ ବେଶ ଧୁମଧାମରେ ପାଳିତ
ଦୁର୍ଗା ଏବଂ ବାଘ ପରିବାର ପକ୍ଷରୁ ନୁଆଁଖାଇ ପର୍ବ ବେଶ ଧୁମଧାମରେ ପାଳିତ

ଉମରକୋଟ (ଲାଳଧର ଦୁର୍ଗା ) ତା ୨୮/୦୮ ପ୍ରତି ବର୍ଷ ଭଳି ଉମରକୋଟ ବ୍ଲକ ବେହେଡା ଗ୍ରାମ ପଂଚାୟତ ସଦର ମହକୁମାର ଦୁର୍ଗା ଏବଂ ବାଘ ପରିବାର ମଧ୍ୟରେ ବେଶ ଧୁମଧାମରେ ନୁଆଁଖାଇ ପର୍ବ କରିଥିବା ଦେଖିବାକୁ ମିଳିଛି |ପରିବାରର ସମସ୍ତ ସଦସ୍ୟ ଆଜି ଭୋର ସକାଳୁ ନିତ୍ୟକର୍ମ ସାରି ଗୋଟିଏ ଜାଗାରେ ରୁଣ୍ଡ ହେବା ପରେ ପରିବାରର ମୁଖ୍ୟ ନିଜ ଇଷ୍ଟ ଦେବାଦେବୀଙ୍କ ପୂଜାର୍ଚନା କରି ତାଙ୍କୁ ନବାନ୍ନ ଅର୍ପଣ କରିଥିଲେ |

ପରେ ପରିବାରର ସମସ୍ତ ସଦସ୍ୟଙ୍କୁ ଗୋଟିଏ ଜାଗାରେ ଏକତ୍ରିତ କରି ସେମାନଙ୍କୁ ନବାନ୍ନ ପ୍ରଦାନ କରିଥିଲେ |ସମସ୍ତେ କୁରେଇ ପତ୍ରରେ ନବାନ୍ନ ଭକ୍ଷଣ କରି ପରସ୍ପରକୁ ନୁଆଁଖାଇ ଜୁହାର ଜଣେଇ ଥିଲେ

|ଦୀର୍ଘ ବର୍ଷ ଧରି ପରିବାର ମଧ୍ୟରେ ଏହି ପରମ୍ପରା ଚାଲି ରହିଛି ଓ ଆଗକୁ ମଧ୍ୟ ଏମିତି ଚାଲି ରହିବ ବୋଲି ପରିବାରର ଦୁର୍ଗା ଏବଂ ବାଘ ପରିବାରର
ପୂର୍ଣ୍ଣଚନ୍ଦ୍ର ବାଘ, ରବିନ୍ଦ୍ର ବାଘ,ଉପେନ୍ଦ୍ର ବାଘ, ନୁର୍ତନ ବାଘ,ରାଜେନ୍ଦ୍ର ଦୁର୍ଗା,ପୂର୍ଣ୍ଣ ଦୁର୍ଗା,କେଛୁ ଦୁର୍ଗା, ଅଙ୍କୁର ଦୁର୍ଗା,କେଶରୀ ଦୁର୍ଗା, କାଶୀ ଦୁର୍ଗା, ଲାଳଧର ଦୁର୍ଗା, ହେମନ୍ତ ଦୁର୍ଗା, ହୂରଦବ ଦୁର୍ଗା ପ୍ରମୁଖ ନିଜ ପ୍ରତିକ୍ରିୟା ରଖିଛନ୍ତି |