You are currently viewing ଖୁରାଣ୍ଟ ବାଲିତୁଠ ଏବଂ ଜଗତପଡା ଗ୍ରାମ ଠାରେ ବାସନ୍ତୀ ଦୁର୍ଗାପୂଜା ଓ ଦଶହରା ଉତ୍ସବ ଅନୁଷ୍ଠିତ ।
ଖୁରାଣ୍ଟ ବାଲିତୁଠ ଏବଂ ଜଗତପଡା ଗ୍ରାମ ଠାରେ ବାସନ୍ତୀ ଦୁର୍ଗାପୂଜା ଓ ଦଶହରା ଉତ୍ସବ ଅନୁଷ୍ଠିତ ।

ଜଗତସିଂହପୁର , ୦୧/୦୪ – ( ଲିଟୁ ସାମନ୍ତରା ) -:- ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ କୁଞ୍ଜକୋଠି ପଞ୍ଚାୟତ ସ୍ଥିତ ଖୁରାଣ୍ଟ ବାଲିତୁଠ ଏବଂ ଜଗତପଡାଠାରେ ବାସନ୍ତୀ ଦୁର୍ଗାପୂଜା ଓ ଦଶହରା ଉତ୍ସବ ଅନୁଷ୍ଠିତ ହୋଇଛି । ମା ବାସନ୍ତୀ ଦୁର୍ଗାପୂଜା କମିଟି ପକ୍ଷରୁ ଆୟୋଜିତ ୬୧ ତମ ପୂଜା ଉତ୍ସବ ରୀତି ନୀତି ଅନୁସାରେ ଅନୁଷ୍ଠିତ ହୋଇଛି । ମା ବାସନ୍ତୀକ ଦଶହରା ପୂଜା ଅବସରରେ, ପୂଜା ମଣ୍ଡପରେ ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥିଲା । ବିଭିନ୍ନ ସନ୍ଧ୍ୟାରେ ପ୍ରସାଦ ସେବନ, ସାଂସ୍କୃତିକ କାର୍ଯ୍ୟକ୍ରମ ଭଜନ ସନ୍ଧ୍ୟା ଓ ପାଲା ପରିବେଷଣ କରାଯାଇଥିଲା । ପୂଜା କମିଟି ସଭାପତି କବିନ୍ଦ୍ର ମାଝି, ଉପସଭାପତି ଗୋବିନ୍ଦ ପାତ୍ର, ସମ୍ପାଦକ ମଦନ ଖାଣ୍ଡା, ସର୍ବେଶ୍ଵର ସାସମଲ, ଅମଲ କୁମାର ସାସମଲ, ଶିବାନନ୍ଦ ଦାଶ, ଭୀମସେନ ମାଇତି, ସୁବଳ ସ୍ବାଇଁ, ନାଲୁ ପଣ୍ଡା, ବାବୁ ଖାଣ୍ଡା, ଗୌରାଙ୍ଗ ବର, ଗୋପାଳ ସାମନ୍ତଙ୍କ ସମେତ ଖୁରାଣ୍ଟ ବାଲିତୁଠ ଓ ଜଗତପଡା ଗ୍ରାମର ସମସ୍ତ ଜନସାଧାରଣ ଉତ୍ସବ ପରିଚାଳନା କରିଥିଲେ । ଏପ୍ରିଲ ୧୦ ଓ ୧୧ ତାରିଖ ଦୁଇଦିନ ଧରି ମୁକ୍ତମଞ୍ଚ ନାଟକ ପରିବେଷଣ ଖୁରାଣ୍ଟ ହାଟ ପଡିଆ ଠାରେ ହବାକୁ ଯାଉଅଛି. ଏହି ମୁକ୍ତମଞ୍ଚ ନାଟକକୁ ପରିଚାଳନା କରୁଛନ୍ତି କୁମାର ଲିଟୁ ବୋଲି ସୂଚନା ମିଳିଛି ।