କୋଦଳା(୦୯/୦୧ /୨୦୨୩)
ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ସୋମବାର ସ୍ଥାନୀୟ ଦଣ୍ଡିଶ୍ୱର ଅଖଣ୍ଡ ନାମ ସଂକୀର୍ତ୍ତନ ମଣ୍ଡଳୀକୁ କମ୍ବଳ ବଣ୍ଟନ କରିଛନ୍ତି। ଉକ୍ତ ସଂକୀର୍ତ୍ତନ ମଣ୍ଡଳୀର ବହୁ ସଦସ୍ଯ ଶୀତ କାକରରେ ରହି ଦିବାରାତ୍ର ଅଖଣ୍ଡ ହରିନାମ ସଂକୀର୍ତ୍ତନ କରୁଛନ୍ତି। ଏଭଳି ସ୍ଥିତିରେ ଅଧ୍ଯକ୍ଷ ଶ୍ରୀ ନାୟକ ସମସ୍ତ ସଦସ୍ୟଙ୍କ ପାଇଁ କମ୍ବଳ ଓ ଶୋଇବା ପାଇଁ ମସିଣା ପ୍ରଦାନ କରିଛନ୍ତି। ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ବ ହେବ ଏଠାରେ ଅଖଣ୍ଡ ନାମ ସଂକୀର୍ତ୍ତନ ଜାରି ରହିଥିବା ବେଳେ ବିଭିନ୍ନ ଦାତବ୍ୟ ବ୍ଯକ୍ତି ବିଶେଷଙ୍କ ସହଯୋଗରେ ଅନୁଷ୍ଠାନ ଚାଲିଥିବା ଜଣାପଡ଼ିଛି। ତେବେ ଅଧ୍ଯକ୍ଷକଂ ଏଭଳି କାର୍ଯ୍ୟକୁ ନେଇ ପ୍ରଶଂସା କରିଛନ୍ତି ନାମ ସଂକୀର୍ତ୍ତନର ସଦସ୍ୟ ଓ ନାମ ପ୍ରେମୀ।ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
