ବେଲଗୁଣ୍ଠା, 28/03, ଆଜି ଚୈତ୍ର ମାସର ଶେଷ ମଙ୍ଗଳବାର ଥିବା ବେଳେ ବିଭିନ୍ନ ଦେବୀ ପୀଠରେ ଜନଗହଳି ଦେଖିବାକୁ ମିଳିଥିଲା I ଏହି ଅବସରରେ ବେଲଗୁଣ୍ଠା ସହରର ବିଭିନ୍ନ ଦେବୀ ପୀଠରେ ବିଭିନ୍ନ ସାହି ତରଫରୁ ଦେବୀ ମାନଙ୍କୁ ଉପାନ ଏବଂ ପଣାପାଣି ଅର୍ପଣ କରାଯାଇଥିଲା I ବେଲଗୁଣ୍ଠାର ଅଧିଷ୍ଠାତ୍ରୀ ମାଆ ବ୍ରାହ୍ମଣ ଦେବୀଙ୍କ ସମେତ ମାଆ ଦକ୍ଷିଣ କାଳୀ,ମାଆ ରୁଦ୍ରକାଳୀ,ମାଆ ଠାକୁରାଣୀ,ମାଆ ଝିକର ଦେବୀଙ୍କୁ ବିଭିନ୍ନ ସାହି କମିଟି ତରଫରୁ ପଣାପାଣି ଅର୍ପଣ କରାଯାଇଛି I କମିଟି ସଭାପତି ଡି.ଚନ୍ଦନ ପ୍ରସାଦ ବିନ୍ଧାଣିରା,ସମ୍ପାଦକ ସଂଗ୍ରାମ ବିନ୍ଧାଣିରା,କୋଷାଧ୍ୟକ୍ଷ ଶିବାନନ୍ଦ ପାତ୍ର,ଉପଦେଷ୍ଟା ଜିତେନ୍ଦ୍ର ସୁବୁଦ୍ଧି,ବ୍ରଜେନ୍ଦ୍ର ବିନ୍ଧାଣିରା ,ମନୋଜ ପାତ୍ରଙ୍କ ତତ୍ତ୍ୱାବଧାନରେ ଆଜିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I
ରିପୋର୍ଟ-ଶିବରାମ ଚୌଧୁରୀ

