ଖଲ୍ଲିକୋଟ : 21 /1 ମର୍ଯ୍ୟାଦା ପୁରୁଷ ରାମ ଚନ୍ଦ୍ର ଙ୍କ ଚଉଦ ବର୍ଷ ବନବାସ ସମୟରେ ଅଯୋଧ୍ୟା ରୁ ବାହାରି ପୃଥିବୀ ର ବିଭିନ୍ନ ଅଂଚଳ ବୁଲିବା କୁ ନେଇ ବାଲ୍ମୀକି ରାମାୟଣ ରେ ଭୌଗଳିକ ସ୍ଥିତି ସହ ଅନେକ ସ୍ଥାନ ର ବର୍ଣ୍ଣନା ର କୀର୍ତ୍ତିରାଜି ବିସ୍ତୃତ ଭାବେ ବର୍ଣ୍ଣନା ହୋଇଛି |ଏତଦ ବ୍ୟତୀତ ବନ ବାସ ସମୟରେ ଆର୍ଯ୍ୟ ଅଂଚଳରୁ ଦକ୍ଷିଣ ରେ ଅବସ୍ଥିତ ରାମେଶ୍ୱର ଅଭିମୁଖେ ଯାତ୍ରା କଲାବେଳେ ଶ୍ରୀରାମ ପାଦବ୍ରଜ ଦକ୍ଷିଣାଞ୍ଚଳ ର ବିଭିନ୍ନ ସ୍ଥାନ ରେ ପଡ଼ି ତୀର୍ଥ ସ୍ଥାନ ପାଲଟି ଯାଇଥିବା ତାହା

ଅନାଲୋଚିତ ହୋଇ ଥିଲେ ମଧ୍ୟ ଶ୍ରଦ୍ଧାଳୁ ଙ୍କ ସ୍ମୃତିପଟ ରେ ରହିଯାଇଛି |ଯାହାକି ଅଯୋଧ୍ୟା ରେ ରାମ ମନ୍ଦିର ପ୍ରତିଷ୍ଠା ଅବସର ରେ ଲୋକ ମୁଖରେ ଖୁବ ଆଲୋଚନା ର ବିଷୟ ହୋଇଛି |ରାମଚନ୍ଦ୍ର ଙ୍କ ବନବାସ ଗମନ ସମୟ ରେ ଖଲ୍ଲିକୋଟ ସ୍ଥିତ ନିର୍ମଳ ଝର ଠାରେ ବିଶ୍ରାମ ନେଇଥିବା ଏକ ପ୍ରମାଣ ରହିଛି |କାରଣ ରାମଚନ୍ଦ୍ର ଙ୍କ ଦୁଇଟି ପଥର ର ପାଦ ଏବେବି ପୂଜା ପାଉଛି

|ଏହିଠାରୁ ରାମଚନ୍ଦ୍ର ଗଞ୍ଜାମ ଜିଲ୍ଲା ର ପ୍ରସିଦ୍ଧ ଶୈବ ପୀଠ ର କୃଷ୍ଣଗିରି ପାହାଡ ର ପାଦ ଦେଶ ରେ ଅବସ୍ଥାନ ବେଳେ ସେଠାରେ ଅଗସ୍ତି ମୁନି ଙ୍କ ସାକ୍ଷାତ ହୋଇଥିଲେ |ଅଗସ୍ତି ମୁନି କୃଷ୍ଣ ଗିରି ପାହାଡ଼ରେ ଥିବା ଏକ ପଥର ଗୁମ୍ଫା ରେ ରହୁଥିଲେ |ପର୍ବତ ଶିଖର ରେ ଥିବା ଗୁମ୍ଫା ରେ ଏକ କ୍ଷୁଦ୍ର ସରୋବର ରହିଛି |ରାମଚନ୍ଦ୍ର ଙ୍କୁ ସବୁଜ ବନାନୀ ସୌନ୍ଦର୍ଯ୍ୟଶ|ଳିନୀ କୃଷ୍ଣ ଗିରି ପାହାଡ଼ ର ରମଣୀୟ ଶୋଭା ତାଙ୍କୁ ଆକର୍ଷଣ କରିଥିଲା |ପାହାଡ଼ ର ପାଦ ଦେଶ ରେ ଅବସ୍ଥାନ ସମୟରେ ସୀତା ଙ୍କ ତୃଷ୍ଣା ମେଂଟାଇବା ପାଇଁ ତାଙ୍କ ର ଶର ମୁନ ରେ ଏକ ନିର୍ଝରିଣୀ ସୃଷ୍ଟି କରଥିବା ସମୟରେ ଝାଡ଼େଶ୍ୱର ନାମକ ଶିବ ଙ୍କୁ ସ୍ଥାପନ କରିବା ସହ ରାମ ଚଣ୍ଡୀ ଓ ଲକ୍ଷ୍ମଣ ନାମରେ ଲକ୍ଷ୍ମଣ ଚଣ୍ଡୀ ସ୍ଥାପନ କରିଥିବା କିମ୍ବଦନ୍ତୀ ରହିଛି |

କ|ଳକ୍ରମେ ଲକ୍ଷ୍ମଣ ଚଣ୍ଡୀ ଠାକୁରାଣୀ ଙ୍କୁ ନିକଟସ୍ଥ କୋଦଳା ସ୍ଥିତ ଦଣ୍ଡେଶ୍ୱର ମନ୍ଦିର ରେ ପ୍ରତିଷ୍ଠା କରାଯାଇଥିଲା | କ|ଳକ୍ରମେ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ିଖୋଲ ରେ ସୀତା ଚଣ୍ଡୀ ନାମକ ଠାକୁରାଣୀ ଙ୍କୁ ପୂଜା ଅର୍ଚନା କରାଯାଉଛି |ବନବାସ କାର୍ଯ୍ୟକ୍ରମ ରେ ରାମଚନ୍ଦ୍ର ଭାଇ ଲଖ୍ମଣ ଓ ପତ୍ନୀ ସୀତା ଙ୍କ ସହ ଦଣ୍ଡକାରଣ୍ୟ ଓ ବର୍ତମାନ ର କୋରାପୁଟ, ମାଲକାନଗିରି ର ବିନ୍ନ ଏକ ନର “ବାନର ମାନଙ୍କ ସହ ଭେଟି ଦ|କ୍ଷିଣତ୍ୟା ଅଭିମୁଖେ ଯାତ୍ରା କରିବା ର କିମ୍ବଦନ୍ତୀ ଓ ଖଲ୍ଲିକୋଟ ର ପ୍ରତିଷ୍ଠିତ ଜ୍ୟୋତିଷ ବିଶାରଦ ଙ୍କ ଆଲୋଚିତ ତଥ୍ୟ ରୁ ଜଣାପଡିଛି |ତେଣୁ ରାମ ମନ୍ଦିର ପ୍ରତିଷ୍ଠା ଅବସର ରେ ଶୈବ ପୀଠ ରେ ଦୀପାବଳି ହଜାରେ ଏକ ଦୀପା ଓ ପ୍ରସାଦ ସେବନ ପାଇଁ ବ୍ୟାପକ ଆୟୋଜନ କରାଯାଇଛି |

ସର୍ବୋପରି ଖଲ୍ଲିକୋଟ ବ୍ଲକ ର ଲଙ୍ଗଳେଶ୍ୱର ପଂଚାୟତ ର ପେଣ୍ଡୁରା ପଲ୍ଲୀ ଗ୍ରାମରେ ଏକ ଗରୁଡ ପକ୍ଷୀ କୁ ଉଦ୍ଧାର କରି ରାମ ଙ୍କ ନିଷ୍ଠାବାନ ଭକ୍ତ ଭାବି ହୁଳହୁଳି ଓ ହରିବୋଲ ଓ ଶ୍ରୀରାମ ଧ୍ୱନି ରେ ପୂଜା ଅର୍ଚନା କରିଥିବା ଜଣାପଡିଛି
(ରିପୋର୍ଟ -ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )
