You are currently viewing ଗସାବାଡା ଶୈବପୀଠ ସହ ବିଭିନ୍ନ ଶୈବପୀଠ ରେ ଜାଗର ଯାତ୍ରା
ଗସାବାଡା ଶୈବପୀଠ ସହ ବିଭିନ୍ନ ଶୈବପୀଠ ରେ ଜାଗର ଯାତ୍ରା

ଚକାପାଦ :(୯/୩)ଚକାପାଦ ବ୍ଲକ ର ବିଭିନ୍ନ ଶୈବପୀଠ ରେ ଆଡମ୍ବର ସହକାରେ ମାହାଶିବରାତ୍ରି ପାଳିତ ହୋଇଯାଇଛି ! ଜିଲ୍ଲା ର ପ୍ରସିଦ୍ଧ ବିରୁପାକ୍ଷ ଶୈବପିଠ ଠାରେ କନ୍ଧମାଳ ସମେତ ପଡୋଶୀ ଗଞ୍ଜାମ, ନୟାଗଡ଼ ଓ ବୌଦ୍ଧ ଜିଲ୍ଲା ର ସହସ୍ର ଶ୍ରଦ୍ଧାଳୁ ଙ୍କ ସମାଗମ ଦେଖିବାକୁ ମିଳିଛି ! ସନ୍ଧ୍ୟା ସମୟ ରେ ପ୍ରାୟ ୭ ହଜାର ରୁ ଉର୍ଦ୍ଧ ଶ୍ରଦ୍ଧାଳୁ ଉପବାସ ରହି ମହାଦେବ ନିକଟ ରେ ଜାଗର ଦୀପ ଜାଳିଥିଲେ ! ଶୈବ ପିଠ ରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ଥିବାବେଳେ ମହାଦୀପ ରାତି ୨ ଟା ସମୟ ରେ ଉଠିଥିଲା ! ପୂଜକ ଦେବାଶିଷ ମହାପାତ୍ର ଓ ପଞ୍ଚାନନ ମହାପାତ୍ର ସମସ୍ତ ଙ୍କର ପୂଜାକାର୍ଯ୍ୟ ତୁଲାଇଥିଲେ ! ସେହିପରି ଶଙ୍କରାଖୋଲ ନିକଟ ଗସାବାଡା ଧବଳେଶ୍ୱର , ଲୁଜୁରାମୁଣ୍ଡା ଓ ଆରାବାକା ଆନନ୍ଦେଶ୍ୱର ,ବୁର୍ତ୍ତୁଙ୍ଗ ଶୈବ ପୀଠ , ଲାଇନପଡା ବରଡାବାଲୁଙ୍କେଶ୍ୱର ଶୈବପୀଠ ଗୁଡିକ ରେ ମଧ୍ୟ ବଡ଼ ଆଡମ୍ବର ସହକାରେ ଜାଗର ଯାତ୍ରା ପାଳିତ ହୋଇଯାଇଛି ! କନ୍ଧମାଳ ଜିଲ୍ଲା ଶଙ୍କରାଖୋଲ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହ୍ନର ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ !