You are currently viewing ଶିହଳା ଗ୍ରାମ ରେ ମା “ସହଦେବୀ “ଙ୍କ ମନ୍ଦିର ପ୍ରତିଷ୍ଠା
ଶିହଳା ଗ୍ରାମ ରେ ମା “ସହଦେବୀ “ଙ୍କ ମନ୍ଦିର ପ୍ରତିଷ୍ଠା

କୁକୁଡାଖଣ୍ଡି, (21/05)କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଶିହଳା ଗ୍ରାମ ପଂଚାୟତ ରେ ଶ୍ରୀ ଶ୍ରୀ ଶ୍ରୀ କନକେଶ୍ୱର ମହାଦେବ ଙ୍କ ଚତୁର୍ପାଶ୍ୱରେ ନୂତନ ଭାବେ ନିର୍ମିତ ଦୁର୍ଗା, ବିଷ୍ଣୁ, ସୂର୍ଯ୍ୟ, ଓ ଗଣେଶ ବିଗ୍ରହ ସହିତ ଶୈବ ପଞ୍ଚାୟତନ ପ୍ରାସାଦ ସହିତ ସହଦେବୀ ଙ୍କ ନୂତନ ବିଗ୍ରହ ସହିତ ଦେବି ପ୍ରାସାଦ ପ୍ରତିଷ୍ଠା ଓ ଚବିଶି ପ୍ରହର ନାମଯଜ୍ଞ୍ୟ ଆଜିଠାରୁ ଆରମ୍ଭ ହେଇଯାଇଛି। ଆଜି ପ୍ରଥମ ଦିବସ ରେ ଶହ ଶହ ଭକ୍ତ ବୃନ୍ଦ ଗଙ୍ଗା ଆବାହନରେ ଯାଇ ଜଳାଯାତ୍ରା, ଦୀକ୍ଷା ଗ୍ରହଣ ଓ ଅଙ୍କୁରୋପଣ କାର୍ଯ୍ୟ ସମାପନ କରାଯାଇଛି।

ଆସନ୍ତା କାଲି ଠାରୁ 25ରିଖ ପର୍ଯ୍ୟନ୍ତ ପ୍ରତିଷ୍ଠା କାର୍ଯ୍ୟ ଚାଲିବ ଆସନ୍ତା କାଲି ଠାରୁ ବନଯୋଗ, ରତ୍ନାମୁଦ୍ରା ସହ ପ୍ରତିଷ୍ଠାରମ୍ଭ କରାଯିବ। ଏଥିରେ ମୁଖ୍ୟ ପଣ୍ଡିତ ରୂପେ ଶ୍ରୀ ଅଶୋକ କୁମାର ପାଢ଼ୀ ଯୋଗଦାନ କରିଛନ୍ତି।

ତାଙ୍କ ସହିତ ବହୁ ପଣ୍ଡିତ ଶ୍ରୀ ଦ୍ୱାରାକନାଥ ଶତପଥୀ, ରାଜୀବଲୋଚନ ପାଢ଼ୀ, ଶ୍ରୀ ପ୍ରମୋଦ କୁମାର ପଣ୍ଡା, ନୀଳମଣି ମହାପାତ୍ର, ହାରମୋହନ ପଣ୍ଡା, ଧର୍ମେଶ ଦିବେଦୀ

, ପ୍ରତାପ ବାହିନୀପତି, ତ୍ରିପତି ପାଢ଼ୀ, ପ୍ରମୁଖ ଯୋଗଦାନ କରିଛନ୍ତି। ଆସନ୍ତା 23ତାରିଖ ରେ କାଶୀ ମଠାଧୀସ ଶଙ୍କରାଚାର୍ଯ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମ ରେ ମନ୍ଦିର ପରିଚାଳନା କମିଟି ର ମୁଖ୍ୟ ଶ୍ରୀ ପ୍ରଦୀପ ପାତ୍ର,ଓ ତେଜେଶ୍ୱର ପାତ୍ର, ଦିଲ୍ଲୀପ ପାତ୍ର, ଗୌର ଚନ୍ଦ୍ର ପାତ୍ର, ଅପନା ପାଢ଼ୀ, ନୀଳାଞ୍ଚଳ ପାତ୍ର, ବାଳକୃଷ୍ଣ ଚୌଧୁରୀ, ବଟକୃଷ୍ଣ ପାତ୍ର, ରଘୁରାମ ପାତ୍ର,ପୂର୍ବତନ ସରପଞ୍ଚ ତରୁଣ ପାତ୍ର ଓ ବହୁ ସଂଖ୍ୟା ରେ ଗ୍ରାମ ବାସୀ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।