You are currently viewing ପୁରୀରେ ଓଡ଼ିଶା ଧ୍ୟାନ ମହାଯଜ୍ଞ ଉଦଘାଟିତ
ପୁରୀରେ ଓଡ଼ିଶା ଧ୍ୟାନ ମହାଯଜ୍ଞ ଉଦଘାଟିତ

ପୁରୀ,୨/୧୧- ଓଡ଼ିଶାରେ ଧ୍ୟାନ ମହାଯଜ୍ଞ ୨୦୨୫ ସ୍ଥାନୀୟ ଟାଉନହଲ ଠାରେ ରବିବାର ଉଦଘାଟିତ ହୋଇଯାଇଛି । ପିରାମିଡ ସ୍ପିରିଚ୍ଯୁଆଲ ସୋସାଇଟିଜ ମୁଭିମେଣ୍ଟ (ପିଏସଏସଏମ)ର ଆନାପାନା ଶକ୍ତି ଧ୍ୟାନ ମହାଯଜ୍ଞ କାର୍ଯ୍ୟକ୍ରମ ୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଓଡ଼ିଶାର ୨୪ଟି ଜିଲ୍ଲାରୁ ଆନାପାନା ଶକ୍ତି ଧ୍ୟାନ ମାଷ୍ଟରସ ମାନେ ଯୋଗ ଦେଇଥିଲେ । ମାଷ୍ଟରସ ମନୋରମା ବେହେରା ଓ ମାଷ୍ଟରସ ବିଷ୍ଣୁ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପୌରସଦନ ପରିସରରେ ଆଧ୍ୟାତ୍ମିକ ବୁକ ଷ୍ଟଲ, ଆଧ୍ୟାତ୍ମିକ ଟାବଲେଟ, କ୍ରିଷ୍ଟାଲ ଷ୍ଟୋନ ଓ ଗୋ ଧାମ ଷ୍ଟଲ ଖୋଲାଯାଇଛି । ସାଂସ୍କୃତିକ କାର୍ଯ୍ୟକ୍ରମରେ ମାଷ୍ଟରସ ଶାନ୍ତିଲତା ଦାଶ,ଅତିଥିମାନଙ୍କ ଦାୟିତ୍ବ ମାଷ୍ଟରସ ଦୀପକ ମିଶ୍ର ଓ ଖାଦ୍ଯ ପରିଚାଳନାରେ ମାଷ୍ଟରସ ଦୀପକ ନାୟକ ନେଇଥିବା ବେଳେ ଧ୍ୟାନ ମହାଯଜ୍ଞର ପୁରୋଧା ମାଷ୍ଟରସ ଇପସିତା ପୂଜାରୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ମଞ୍ଚରେ ଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ଭାସ୍କର ମିଶ୍ର, ସ୍ପିରିଚ୍ଯୁଆଲ ଟାବଲେଟ ର ପ୍ରତିଷ୍ଠାତା ଡକ୍ଟର ଗୋପାଳ କୃଷ୍ଣ, ମାଷ୍ଟରସ ପରିମିତା ପତ୍ରୀ, ଏଭି ସାଇ କୁମାର ରେଡ୍ଡୀ, ଅଲେକ୍ଷା ଶାସ୍ତ୍ରୀ, ଦେବଯାନୀ ଗିରି, ଅଭୀସ୍ପା ଦାଶ, ମାଷ୍ଟର ପ୍ରେମନାଥ ଜୀ, ଜ୍ଞାନ ସ୍ବରଜୀ, ମାଧମୀ ଧାତ୍ରୀ ,ମାଷ୍ଟର ପଦ୍ମା ବଦଲା ମୁଦି, ରାଗିଣୀ ସଲଭାରାଜ ପ୍ରମୁଖ ଯୋଗ ଦେଇଥିଲେ ।

ମେଘା ପିରାମିଡ ଅନୁଷ୍ଠିତ ହୋଇଥିଲା । ଶ୍ବାସ ଗୁରୁ ବ୍ରହ୍ମଶ୍ରୀ ସୁଭାଷ ପତ୍ରୀଜୀ ଆନାପାନା ଶକ୍ତି ଧ୍ୟାନ ସମ୍ପର୍କରେ ମତ ଦେଇଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଶାନ୍ତ ବେହେରା ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚଳନା କରିଥିଲେ ।