ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅଧିନସ୍ଥ ପଦ୍ମନାଭପୁର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ଶ୍ରୀ ଶ୍ରୀ ମାଁ କନକ ଦୂର୍ଗା ଠାକୁରାଣୀଙ୍କ ଯାତ୍ରା ସୋମବାର ଦିନ ଷଷ୍ଠ ଦିନରେ ପହଞ୍ଚିଥିବା ବେଳେ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ଦୂର ଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଭିଡ଼ରେ ଦୁଳୁକୁଛି ସମଗ୍ର ଅସ୍ଥାୟୀ ପୀଠ । ଏହି ଅବସରରେ ଆଜି ଯାତ୍ରା ଦାଣ୍ଡରେ ସକାଳ ୧୦ ଘଣ୍ଟା ସମୟରେ ନୟାଗଡ଼ ଗ୍ରାମ ର ନବରଙ୍ଗ ନାଟକ ପରିବେଷଣ କରାଯାଇଥିଲା। ଅପରପକ୍ଷରେ ଶ୍ରଦ୍ଧାଳୁଙ୍କ ଭିଡ଼ରେ ସମଗ୍ର ଜନ ସମୁଦ୍ର ପାଲଟି ଯାଉଥିବା ବେଳେ ଦର୍ଶକଙ୍କୁ ଆକୃଷ୍ଟ କରୁଛି ପୌରାଣିକ ଓ ସାମାଜିକ ସଚେତନତା ବିଷୟବସ୍ତୁ ଆଧାରିତ କଳାକୁଞ୍ଜ ଏବଂ ମିନା ବଜାର ।

ଏଥି ସହ ପ୍ରତ୍ୟେକ ଦିନ ମାଁ ଙ୍କ ଦର୍ଶନ ଲାଗି ପ୍ରାପ୍ତ ସକାଳ ଠାରୁ ବିଳମ୍ବିତ ରାତି ଯାଏଁ ଜିଲ୍ଲାର ବିଭନ୍ନ ସ୍ଥାନରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଭିଡ଼ ପରିଲକ୍ଷିତ ହେବା ସଙ୍ଗେ ଅସ୍ଥାୟୀ ପୀଠରେ ମାଁଙ୍କ ଦର୍ଶନ ସଙ୍ଗେ ଆଶୀର୍ବାଦ କାମନା କରୁଥିବା ଦେଖାଯାଇଛି। ସେହିଭଳି ପ୍ରତ୍ୟେକ ଦିନ ବିଳମ୍ବିତ ରାତିରେ ମାଁଙ୍କ ଘଟ ପରିକ୍ରମା ସହ ବିଭିନ୍ନ ବେଶରେ ସଜ୍ଜିତ ହୋଇ ମାନସିକଧାରୀ ବ୍ୟକ୍ତି ମାନେ ଯାତ୍ରାର ଆକର୍ଷଣକୁ ବହୁଗୁଣିତ କରିଛନ୍ତି। ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଭାରତଲୀଳା, ରଜା ନାଟକ ପୌରାଣିକ ନାଟକ ଦର୍ଶକଙ୍କୁ ଖୁବ୍ ଆକର୍ଷିତ କରି ଆସୁଥିବା ଦେଖାଯାଇଛି ।
