You are currently viewing ବିଶାଳ ସଂକୀର୍ତ୍ତନ ସମାବେଶରେ ଦୁଲୁକିଲା ଝାଡବାଇ
ବିଶାଳ ସଂକୀର୍ତ୍ତନ ସମାବେଶରେ ଦୁଲୁକିଲା ଝାଡବାଇ

କୋଦଳା (୧୨/୧୨/୨୦୨୩)
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ଝାଡବାଇ ଠାରେ ମଂଗଳବାର ବିଶାଳ ସଂକୀର୍ତ୍ତନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ବିଲୁପ୍ତ ଲୋକକଳାକୁ ବଂଚାଇ ରଖିବାକୁ ପ୍ରୟାସରେ ଆୟୋଜିତ ଉକ୍ତ ସମାବେଶରେ ମୁଖ୍ୟ ଅତିଥି ଭାବେ କୋଦଳା ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ହରପ୍ରସାଦ ସାହୁ ଓ ପୂର୍ବତନ କୋଦଳା ଅଧ୍ଯକ୍ଷା ସୁନୀତା ପ୍ରଭା ସାହୁ, କବିସୂର୍ଯ୍ୟ ଯୁବ ସଂଗଠନର ଅଧ୍ଯକ୍ଷା ରଞ୍ଜିତା ସାହୁ ମଞ୍ଚାସୀନ ରହି ଜନସାଧାରଣଙ୍କ ମନରେ ଆଧ୍ୟାତ୍ମିକ ମନୋଭାବ ସୃଷ୍ଟି କରିବା ପାଇଁ ଏହି ସମାବେଶର ଆୟୋଜନ ବୋଲି କହିଛନ୍ତି।
ଏହି ଅବସରରେ ଝାଡବାଇ ମୁଖ୍ୟ ରାସ୍ତାରୁ ଏକ ବିରାଟ ଶୋଭାଯାତ୍ରାରେ ଅତିଥି ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇ ବିଭିନ୍ନ କଳା ପ୍ରଦର୍ଶନୀ କରାଯାଇଥିଲା। ପାଖାପାଖି ୨ ହଜାରରୁ ଊର୍ଦ୍ଧ୍ବ ଲୋକ ଏଥିରେ ଯୋଗ ଦେଇଥିଲେ। ଆୟୋଜିତ ସମାବେଶରେ ହରପ୍ରସାଦଙ୍କ ସମାଜସେବା, ନିରନ୍ତର ଜନସେବାକୁ ନେଇ ଭୂୟସୀ ପ୍ରଶଂସା କରିଥିଲେ ମଞ୍ଚାସୀନ ବ୍ଯକ୍ତି ବିଶେଷ। ଦୀର୍ଘ ବର୍ଷର ସମାଜସେବା ତଥା ରାଜନୀତିରେ ଜଣେ ସଫଳ ବ୍ଯକ୍ତିତ୍ବ ଭାବରେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବେଶ୍ ପରିଚିତ ନେତା ହରପ୍ରସାଦ ସାହୁଙ୍କୁ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳରୁ ପ୍ରାର୍ଥୀ କରାଯିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯିବ ବୋଲି ସର୍ବ ସମ୍ମତି କ୍ରମେ ମତ ପ୍ରକାଶ ପାଇଥିଲା। ଏହି ଅବସରରେ ପାରମ୍ପରିକ ଲୋକନୃତ୍ୟ ଓ ସଙ୍ଗୀତରେ ଉଲ୍ଲେଖନୀୟ ଅବଦାନ ପାଇଁ ବହୁ କଳାକାରଙ୍କୁ କବିସୂର୍ଯ୍ୟ ଯୁବ ସଂଗଠନ ପକ୍ଷରୁ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ପ୍ରବାସୀ ଓଡିଆ ସଂଗଠନ ସଭାପତି ବିଜୟ କଅଁର, ବରିଷ୍ଠ ଜ୍ଯୋତିଷ ବିଷାରଦ ହୃଷିକେଶ ମିଶ୍ର, କବିସୂର୍ଯ୍ୟନଗର ପୂର୍ବତନ ବିଜେଡି ସଭାପତି ବ୍ରଜ ସୁନ୍ଦର ମଲ୍ଲିକଙ୍କ ସମେତ ବହୁ ପୂର୍ବତନ ସରପଞ୍ଚ, ସମିତି ସଭ୍ୟ, ସମାଜସେବୀ ଓ କଳାକାର ମାନେ ଉପସ୍ଥିତ ଥିଲେ।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।