You are currently viewing ଖଲ୍ଲିକୋଟ ରେ କଂଗ୍ରେସ ର ସାଙ୍ଗଠନିକ ବୈଠକ
ଖଲ୍ଲିକୋଟ ରେ କଂଗ୍ରେସ ର ସାଙ୍ଗଠନିକ ବୈଠକ

ଖଲ୍ଲିକୋଟ : ତା ୨.୩.୨୪ ରେ ଖଲିକୋଟ ର ପୂର୍ବତନ ନଗରପାଳ ଶ୍ରୀ ବିଜୟ କୁମାର ସାହୁ ଙ୍କ ଗୃହରେ ଖଲିକୋଟ ବ୍ଲକ କଂଗ୍ରେସ ର ସାଂଗଠାନିକ ବୈଠକ ବ୍ଲକ ସଭାପତି ଶ୍ରୀ ମେଘନାଦ ଦଳାଇ ଙ୍କ ଆବାହକତ୍ୱରେ ହୋଇଥିଲା । ଉକ୍ତ ବୈଠକ ରେ ପିସିସି ସଭ୍ୟ ବିଶ୍ୱଜିତ୍ ତରାଇ, ପୂର୍ବତନ ନଗରପାଳ ବିଜୟ କୁମାର ସାହୁ, ଆଇନଜୀବୀ ପ୍ରଶାନ୍ତ କୁମାର ପଣ୍ଡା ଓ ପ୍ରଭାତ ସାମନ୍ତରା, ପୂର୍ବତନ ସମିତି ସଭ୍ୟ ଲଛମନ ପାତ୍ର, ପୂର୍ବତନ ନଗର ସଭାପତି ମନମୋହନ ସାହୁ,ଲମ୍ବୋଦର ବେହେରା, ଭ୍ରମର ଟହଲ, ଭାସ୍କର ସେଠୀ, ଦେବେନ୍ଦ୍ର ଜାଲି, କାଳୁ ତରାଇ,ପ୍ରଦୀପ ବେହେରା, ଭାସ୍କର ପାତ୍ର, ରାମ ପାତ୍ର, ସନ୍ୟାସୀ ପ୍ରଧାନ ପ୍ରମୁଖ ଯୋଗ ଦେଇ ଖଲିକୋଟ ବ୍ଲକ କଂଗ୍ରେସ ର ସାଂଗଠାନିକ ସ୍ଥିତି ଆହୁରି ମଜଭୁତ କରି ଆଗାମୀ ନିର୍ବାଚନରେ ଭଲ ପ୍ରଦର୍ଶନ କରିବା ଉପରେ ଗୁରୁତ୍ବ ଦିଆଯାଇଥିଲା । ଏଥି ସହ କଂଗ୍ରେସ କର୍ମୀ ଓ ସଂଗଠନ ସହ ଜଟିତ ଓ ଲୋକଙ୍କ ଦୁଃଖ ସୁଖ ରେ ସହାଭାଗୀ ଥିବା ଆଶାୟୀ ପ୍ରାର୍ଥୀ ଙ୍କୁ ହିଁ ସହଯୋଗ କରିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା ।


( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )