You are currently viewing ସାମାନ୍ୟ ବର୍ଷାରେ ଧୋଇଗଲା କୋଦଳା ନବ ନିର୍ମିତ ଇନଡୋର ଷ୍ଟାଡିୟମ, ଯନ୍ତ୍ରୀ ଓ ଠିକାଦାରଙ୍କୁ ଦାୟୀ କଲା ବିଜେପି
ସାମାନ୍ୟ ବର୍ଷାରେ ଧୋଇଗଲା କୋଦଳା ନବ ନିର୍ମିତ ଇନଡୋର ଷ୍ଟାଡିୟମ, ଯନ୍ତ୍ରୀ ଓ ଠିକାଦାରଙ୍କୁ ଦାୟୀ କଲା ବିଜେପି

ବେଗୁନିଆପଡ଼ା (୨୨/୦୬/୨୦୨୩)
ଆଜି ଅପରାହ୍ନରେ ବର୍ଷା ଯୋଗୁଁ କୋଦଳା ଏନଏସିରେ ଚାଲିଥିବା ନବନିର୍ମିତ ଇନଡୋର ଷ୍ଟାଡିୟମର ଏକ ଅଂଶ ଧୋଇ ଯାଇଥିବା ଦେଖିବାକୁ ମିଳିଛି। ସାମାନ୍ୟ ବର୍ଷାରେ ଇନଡୋର ଷ୍ଟାଡିୟମର କିଛି ଅଂଶ ଭୁଷୁଡ଼ି ଯିବାକୁ ନେଇ ଏବେ ରାଜନୀତି ଜୋର୍ ଧରିଛି। ସୂଚନା ଅନୁସାରେ ଗତ ୧୬ ଡିସେମ୍ବର ୨୦୨୧ ରେ କୋଦଳା ତହସିଲ ପଡିଆରେ ବହୁମୁଖୀ ଇନଡୋର ଷ୍ଟାଡିୟମର ଭିତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାପରେ ଉକ୍ତ ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ମଧ୍ଯ ଚାଲୁ ରହିଛି। ତେବେ ଠିକାଦାର ଓ ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ନିମ୍ନମାନର କାର୍ଯ୍ଯ ହୋଇଥିବା ଅଭିଯୋଗ କରିଛନ୍ତି କାଉନସିଲର ମଧୁସୂଦନ ଜେନା ।ସାମାନ୍ୟ ବର୍ଷାରେ ଇନଡୋର ଷ୍ଟାଡିୟମର ଧୋଇ ଯିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ୭ କୋଟି ବ୍ଯୟରେ ଏହାର ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ଆଗକୁ ଆଉ କେଉଁ ଅଂଶ ଧସେଇ ଯିବାର ଆଶଂକା ମଧ୍ୟ ରହିଛି। ଘଟଣାକୁ ନେଇ ବିଜେପି ରାଜ୍ୟ ଉପସଭାପତି ଅନୀତା ଶୁଭଦର୍ଶନୀ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଆସନ୍ତାକାଲି ଜିଲ୍ଲାପାଳଙ୍କୁ ଭେଟି ଏନେଇ ପଦକ୍ଷେପ ନେବାକୁ ଅନୁରୋଧ କରିବେ ବୋଲି କହିଛନ୍ତି। ଘଟଣାକୁ ନେଇ କୋଦଳା ଏନଏସି ଅଧ୍ୟକ୍ଷ ପ୍ରଶ୍ନ କରିଛନ୍ତି। ଠିକାଦାର ପୋଷଣ ନୀତି ଚାଲିଛି ଏବଂ ଯନ୍ତ୍ରୀଙ୍କ ଦାୟିତ୍ବହୀନତା ଯୋଗୁଁ କୋଟି କୋଟି ଟଙ୍କା ପାଣିରେ ପଡୁଛି ବୋଲି କହିଛନ୍ତି କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ।ଆସନ୍ତା କାଲି ସେଠାକୁ ଯାଇ ଅନୁସନ୍ଧାନ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିବେ ବୋଲି ସେ କହିଛନ୍ତି।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।