କଟକ ତା ୧୭/୧ କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ମାନସ ଚୈ। ଧୁରୀ ଙ୍କ ଆହ୍ୱାନ କ୍ରମେ କଟକ ସଦର ସଦର ବ୍ଲକ୍ କଂଗ୍ରେସ କମିଟି ସଭାପତି ରାମଚନ୍ଦ୍ର ଗୋଛାୟତଙ୍କ ନେତୃତ୍ବରେ କଟକ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ କଂଗ୍ରେସର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଫକୀର ପଡା ଗ୍ରାମ ପଞ୍ଚାୟତରେ କଂଗ୍ରେସର ଏକ ସାଙ୍ଗଠନିକ ବୈଠକ ଓ ବୁଥ ସ୍ତରୀୟ କମିଟି କାର୍ଯ୍ୟକ୍ରମ ବରିଷ୍ଠ କଂଗ୍ରେସ ନେତ୍ରୀ ନଳିନୀ ଉଦଗାତା ଙ୍କ ପୈ।ରହିତ୍ବରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ସର୍ବସମ୍ମତିକ୍ରମେ ସଭାପତି ଭାବେ ଶିବ ପ୍ରସାଦ ସାହୁ ସାଧାରଣ ସମ୍ପାଦକ ଭାବେ ନନ୍ଦ କିଶୋର ରାଉଳଙ୍କୁ ମନୋନୀତ କରାଗଲା। ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସର ସାଧାରଣ ସମ୍ପାଦକ ଉଗ୍ରସେନ ଭୂୟାଁ, ବରିଷ୍ଠ କଂଗ୍ରେସ ନେତା ମାଗୁଣି ଚରଣ ରାଉତ,ଶରତ ଚନ୍ଦ୍ର ସାହୁ,ସୋଉରି ଭୋଇ, ଅମ୍ବିକା ଚରଣ ଉଦଗାତା,ଝୁଲମଣି ସାହୁ, ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ, କାଳନ୍ଦୀ ପ୍ରଧାନ, ସୀତାକାନ୍ତ ପଣ୍ଡା, ଅବଦୁଲ ରସିଦ ଖାଁ ଓ ଋଷି କାଣ୍ଡି ପ୍ରମୁଖ ବହୁ କଂଗ୍ରେସ କର୍ମକର୍ତ୍ତା ଯୋଗଦାନ କରି ତୃଣମୂଳ ସ୍ତରରୁ କଂଗ୍ରେସକୁ ମଜଭୁତ କରିବାକୁ ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ବ୍ଲକ୍ କଂଗ୍ରେସ କମିଟି ଉପସଭାପତି ନାଜମେର ହୁସେନ ଖାଁ ଧନ୍ୟବାଦ ଅର୍ପଣ କରିଥିଲେ।
