ରାଜ୍ୟ ସରକାରଙ୍କ ନୂତନ ଯୋଜନା ଆମ ଓଡିଶା ନବୀନ ଓଡିଶା ର କାର୍ଯ୍ୟକ୍ରମ ବେଗୁନିଆପଡା ସ୍ଥିତ ବାପୁଜୀ ଷ୍ଟାଡିୟମ ରେ ଆସନ୍ତା 2 ତାରିଖ ରେ ଅନୁଷ୍ଠିତ ହେବ। ଏଥିପାଇଁ ବୁଧବାର ଦିନ ବ୍ଲକ ସଭା ଗୃହରେ ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀଙ୍କ ତତ୍ୱାବଧାନ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟାରେ ଜନ ସମାଗମ ହେବାର ରହିଛି। ଏହାକୁ ଦୃଷ୍ଟି ରେ ରଖି ଲୋକଙ୍କର ଯେପରି କୌଣସି ଅସୁବିଧା ନ ହୁଏ ସେଥିପାଇଁ ଆଲୋଚନା କରାଯିବା ସହ ଲୋକ ପ୍ରତିନିଧି ମାନେ ସହଯୋଗ କରିବା ପାଇଁ ବିଡ଼ିଓ ଅନୁରୋଧ କରିଥିଲେ। ସମସ୍ତ ଜନପ୍ରତିନିଧି ସହଯୋଗ ପାଇଁ ପ୍ରତିଶୃତି ଦେଇ ଥିଲେ। ଏଥିରେ ବ୍ଲକ ଅଧକ୍ଷା ରେଣୁ ଗୌଡ଼, ଉପାଧ୍ୟକ୍ଷ ସୁଧାକର ପ୍ରଧାନ, ଏବିଡ଼ିଓ ନିରଞ୍ଜନ ବେହେରା, ସହକାରୀ ଯନ୍ତ୍ରୀ ଗୋପାଳ କୃଷ୍ଣ ଗୌଡ଼, ସମବାୟ ନିର୍ଦେଶକ ହୃଷିକେଶ ମେହେଣା ଙ୍କ ସମେତ ସରପଞ୍ଚ, ସମିତି ସଭ୍ୟ ପ୍ରଭୁତି ଉପସ୍ଥିତ ଥିଲେ ।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
