You are currently viewing ଆସିକା ବ୍ଲକ ବଡଖୋଲି ପଞ୍ଚାୟତ ରେ ଆମ ଓଡିଶା ନବୀନ ଓଡିଶା ପକ୍ଷରୁ ସଚେତନତା ଶିବିର
ଆସିକା ବ୍ଲକ ବଡଖୋଲି ପଞ୍ଚାୟତ ରେ ଆମ ଓଡିଶା ନବୀନ ଓଡିଶା ପକ୍ଷରୁ ସଚେତନତା ଶିବିର

ଆସିକା ୨୪/୦୧(ଶକ୍ତି ପ୍ରସାଦ କର) ଆସିକା ବ୍ଲକ ବଡଖୋଲି ପଞ୍ଚାୟତ ରେ ଆମ ଓଡିଶା ନବୀନ ଓଡିଶା ପକ୍ଷରୁ ପଞ୍ଚାୟତ ସ୍ତରୀୟ ଜନସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ବଡଖୋଲି ସରପଞ୍ଚ ଦୁର୍ଗାପ୍ରସାଦ ବେହେରା ଓ ସମିତି ସଭ୍ୟ ଭରତ ନାହାକ ଙ୍କ ଅଧକ୍ଷତାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଫକିର ଚରଣ ପରିଡା ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଥିଲା ବେଳେ ମୁଖ୍ୟ ଅତିଥିଭାବେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ପ୍ରଦୀପ ପ୍ରଜ୍ବଳନ କରି ଆରମ୍ଭ କରିଥିଲା ବେଳେ ସମ୍ମାନିତ ଅତିଥିଭାବେ ଆସିକା ପଂଚାୟତ ସମିତି ଅଧକ୍ଷl

ତ୍ରିବେଣୀ ନାହାକ, ଉପାଧକ୍ଷା ଏସ. ରେଶମା ଦୋରା,ଜିଲ୍ଲା ପରିଷଦ ବି ମନୋଜ ଦୋରା, ତନ୍ମୟୀ ନାହାକ,ଗଞ୍ଜାମ ଜିଲ୍ଲା ଜୋନ ସଭାପତି ନଚିକେତା ସ୍ୱାଇଁ, ବଡଖୋଲି ପୂର୍ବତନ ସରପଞ୍ଚ ବିଜୟ ନାହାକ, ଆତ୍ମା ସଭାପତି ରାଜେଶ ପଟ୍ଟନାୟକ, ପ୍ରତାପ ପ୍ରଧାନ,ଚଢିୟା ପଲ୍ଲୀ ସରପଞ୍ଚ ଜୟସେନ ସ୍ୱାଇଁ, ନଳବଣ୍ଟା ସରପଞ୍ଚ କଶୋର ପ୍ରଧାନ,ସିଡିପିଓ ଭାଗ୍ୟଲତା ପାତ୍ର,ଆସିକା ବ୍ଲକ ଶିକ୍ଷାଧିକାରୀ ଅଧୀନ ସି ଆର ସି ସି ଶୁଭେନ୍ଦୁ ଶେଖର ଜେନା,ଯୋଗାଣ ସହାୟକ ଜୟନ୍ତୀ କୁମାରୀ ଜେନା, ମିଶନ ଶକ୍ତି ବି ପି ସି ଚନ୍ଦ୍ର ଶେଖର ବେହେରା, ଆକାଶ ସ୍ବାଇଁ, ଦେବାଶିଷ ପଣ୍ଡା,ନିଗମାନନ୍ଦ ରାଉତ, ଜିତେନ୍ଦ୍ର ମହାରଣା, ପ୍ରତାପ ପ୍ରଧାନ, ଶଙ୍କର ସେଠି ଉପସ୍ଥିତ ରହିଥିଲେ l

ଏହି ଶିବିର ରେ ଗାଁ ଗାଁ ରେ କିଭଳି ଜଗନ୍ନାଥ ସଂସ୍କୃତି ର ସଂରକ୍ଷଣ, ଧାର୍ମିକ ସ୍ଥଳୀ ଗୁଡିକର ରୂପାନ୍ତିକାରଣ ମହିଳା ସଂସକ୍ତିକରଣ ଓ ଭିତିଭୂମିର ବିକାଶ, ବ୍ୟାଙ୍କିଙ୍ଗ ଭିତିଭୂମିର ବିକାଶ, ପ୍ରାଥମିକ ବିଦ୍ୟାଳୟ ର ରୂପାନ୍ତିକରଣ ବିଷୟ ଗୁଡିକ ଉପରେ ଜନ ସଚେତନତା କରିଥିଲେ l ଏହି କାର୍ଯ୍ୟକ୍ରମ କୁ ଗ୍ରାମ ପଂଚାୟତ ରେ ଆମ ଓଡିଶା ନବୀନ ଓଡିଶା ମାଧ୍ୟମରେ ୧୨ ଗୋଟି ପ୍ରକଳ୍ପ ପାଈଁ ୫୦ ଲକ୍ଷ ଅନୁଦାନ,୧୧୭୫ ପରିବାର କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୂକ୍ତ, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନାରେ୧୭ ଲକ୍ଷ ବ୍ୟୟ ରେ ୦୩ ଗୋଟି ଉନ୍ନୟନ ପ୍ରକଳ୍ପ, କାଳିଆ ଯୋଜନାରେ ୧୦୦୮ ପରିବାର ଉପକୃତ,୭୫୬ ଜଣ ହିତାଧିକାରୀ ଙ୍କୁ ସାମାଜିକ ସୁରକ୍ଷା ଭତ୍ତା, ମିଶନ ଶକ୍ତି ଗୋଷ୍ଠି କୁ ୨.୦୪ କୋଟି ର ବିନା ସୁଧରେ ଋଣ,୧୨୦୯ ପରିବାରଙ୍କୁ ରାସନ କାର୍ଡ,ମମତା ଯୋଜନାରେ ୩୩୫ଜଣ ଙ୍କୁ ମମତା ସହାୟତା, ରାଜ୍ୟ ସରକାର ପକ୍ଷରୁ ଗ୍ରାମବାସୀ ଉପକୃତ ହୋଇଛନ୍ତି ବୋଲି ବକ୍ତା ମାନେ ମତ ରଖିଥିଲେ l ଏହି କାର୍ଯ୍ୟକ୍ରମ କୁ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଶାନ୍ତ ଗୌଡ଼ ,ସହକାରୀ ନିର୍ବାହୀ ଯନ୍ତ୍ରୀ ଅଶୋକ ଶତପଥି, କନିଷ୍ଠ ଯନ୍ତ୍ରୀ ତାରିଣୀ ସାହୁ ପ୍ରମୁଖ ସହଯୋଗ ଯୋଗ କରିଥିଲେ l

ଏହି କାର୍ଯ୍ୟକ୍ରମ ରେ ପଞ୍ଚାୟତ ର ସମସ୍ତ ସ୍ୱୟଂ ସହାୟକ ଦଳ, ଏମ ବି କେ, ସିଆରପି,ବ୍ୟାଙ୍କ ମିତ୍ର, ଅଙ୍ଗନବାଡି ବାଡ଼ି କର୍ମୀ, ବହୁ ସ୍ବେଛାସେବୀ ଯୋଗ ଦେଇଥିଲେ l