You are currently viewing ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଙ୍କ ନିର୍ବାଚନୀ ସଭା |ନବୀନ ଙ୍କ ଅମଳରେ ଓଡିଶା 25 ବର୍ଷ ପଛ କୁ ଯାଇଛି, ଓଡିଶା ରେ ଡବଲ ଇଂଜିନ ସରକାର ହେବା ନେଇ ଦୃଢ଼କ୍ତି ପ୍ରକାଶ କଲେ
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଙ୍କ ନିର୍ବାଚନୀ ସଭା |ନବୀନ ଙ୍କ ଅମଳରେ ଓଡିଶା 25 ବର୍ଷ ପଛ କୁ ଯାଇଛି, ଓଡିଶା ରେ ଡବଲ ଇଂଜିନ ସରକାର ହେବା ନେଇ ଦୃଢ଼କ୍ତି ପ୍ରକାଶ କଲେ

ଖଲ୍ଲିକୋଟ : 9/5 ଓଡିଶା ର ଭୂମି ତଳେ ପ୍ରଚୁର ସମ୍ପତି ଥିବା ବେଳେ ଓଡିଶା 25 ବର୍ଷ ପଛ ରେ ରହିଛି ଓ ପାଣ୍ଡିଆନ କୁ ଲକ୍ଷ୍ୟ କରି ଜଣେ ଲୋକଙ୍କ ପାଇଁ ସାଢ଼େ ଚାରିକୋଟି ଓଡ଼ିଆ ଙ୍କ ଅସ୍ମିତା କୁ ବଳି ଦେବା ଠିକ ନୁହଁ ବୋଲି ଖଲ୍ଲିକୋଟ ଆର ସି ଏମ କଲେଜ ପଡିଆ ରେ ଆୟୋଜିତ ବିଜେପି ର ନିର୍ବାଚନୀ ସଭା ରେ ଉଦବୋଧନ ଦେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ପ୍ରକାଶ କରିବା ସହ ଓଡିଶା ରେ ଡବଲ ଇଂଜିନ ସରକାର ହେବ ବୋଲି ଦୃଢ଼କ୍ତି ପ୍ରକାଶ କରିବା ସହ କୌଣସି

ସରକାର କୁ ଭାଙ୍ଗି ସରକାର କରିବୁନି ବିଜେପି ତାର ସଂଖ୍ୟା ଗରିଷ୍ଠତା ବଳରେ ଆଗାମୀ ଦଶ ତାରିଖ ରେ ଶପଥ ନେବ |ପଡୋଶୀ ଛତିଶଗଡ଼ ବିଜେପି ସରକାର ଚାଷୀ ମାନଙ୍କୁ ଧାନ କୁଏଣ୍ଟାଲ ପିଛା 31 ଶହ ଟଙ୍କା ପ୍ରଦାନ କରୁଥିବା କହି ଆସାମ ରେ ପ୍ରତି ମହିଳା ଙ୍କୁ ମାସିକ ଅଢେଇ ହଜାର ଟଙ୍କା ପ୍ରଦାନ କରୁଥିବା ବେଳେ ଆସାମ ରେ ପ୍ରତି ଜିଲ୍ଲା ରେ ମେଡିକାଲ କଲେଜ ହୋଇଛି |ସଂରକ୍ଷଣ ବିଷୟ ରେ ଆଲୋଚନା କରି ଆମ୍ବେଦକର ଙ୍କ ସଂଗ୍ରାମ ନୀତି ଅନୁଯାୟୀ ହରିଜନ ଓ ଆଦିବାସୀ ଙ୍କ ସଂରକ୍ଷଣ ପ୍ରଦାନ ସପକ୍ଷ ରେ ଥିବା ବେଳେ କଂଗ୍ରେସ ମୁସଲିମ ଙ୍କ ପାଇଁ ସଂରକ୍ଷଣ କଥା କହୁଛି |ବିଜେପି ରାମ ମନ୍ଦିର ପ୍ରତିଷ୍ଠା କରି ପ୍ରତିଶୃତି ପାଳନ କରି ଥିବା ବେଳେ ମଥୁରା ଓ କାଶୀ ରେ ମଧ୍ୟ ମନ୍ଦିର ପ୍ରତିଷ୍ଠା କରିବା ପାଇଁ ପ୍ରୟାସ ଜାରୀ ରଖିଛି |.

କାଶୀ ବିଶ୍ୱନାଥ ମନ୍ଦିର ରେ ଭକ୍ତ ମାନେ ସୁରୁଖୁରୁରେ ଠାକୁର ଦର୍ଶନ କରୁଥିବା ବେଳେ ଓଡିଶା ର ବିଶ୍ୱ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ରେ ଭକ୍ତ ମାନେ ଦର୍ଶନ ପାଇଁ ତକଲୀପ ଭୋଗ କରୁଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ |ଉପସ୍ଥିତ ପୁରୁଷ ଓ ମହିଳା ମାନଙ୍କୁ ଲୋକ ସଭା ପାର୍ଥି ଅନିତା ଶୁଭଦର୍ଶନୀ ଓ ବିଧାୟଜ ପାର୍ଥି ପୂର୍ଣ୍ଣ ଚନ୍ଦ୍ର ସେଠୀ ଙ୍କୁ ଡବଲ ଫୁଲ ପାଇଁ ଭୋଟ ଭିକ୍ଷା କରିଥିଲା |ଅନ୍ୟ ମାନଙ୍କ ମଧ୍ୟରେ ଘୁମୁସର ବିଜେପି ସଭାପତି ବିଜୟ କୁମାର ସ୍ବାଇଁ, ବରିଷ୍ଠ ବିଜେପି ନେତା ଅରୁଣ ପଣ୍ଡା, ଘୁମୁସର ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ପଣ୍ଡା, ଆସିକା ବିଜେପି ପ୍ରଭାରୀ ଅଜୟ ମିଶ୍ର, କମେଡିଆନ ହରିହର ମହାପାତ୍ର, ଭାରତୀ ବେହେରା, ସଂଯୋଜକ ଶଙ୍କର ପ୍ରସାଦ ନାହାକ,ଯଜ୍ଞ ନାରାୟବ ଦାଶ, ସକଳେଶ୍ୱର ଦାଶ, କାଳୁରାମ ମହାରଣା ସମେତ ବହୁ ସରପଞ୍ଚ ଓ ସମିତିସଭ୍ୟ ଙ୍କ ବିଜେପି ର ଆଗଧାଡିର ନେତା ଓ କର୍ମୀ ମାନେ ଭାଷଣ ଦେଇ ବିଜେଡି ସରକାର ର ତୀବ୍ର ସମାଲୋଚନା କରିଥିଲେ |ଉକ୍ତ ନିର୍ବାଚନୀ ସଭା ରେ ମହିଳା ଓ ପୁରୁଷ ବିଜେପି ସମର୍ଥକ ମାନଙ୍କ ଜନ ସମୁଦ୍ର ଦେଖିବାକୁ ମିଳିଥିଲା |
(ରିପୋର୍ଟ – ମାଧବ ବେହେରା, ଖଲ୍ଲିକୋଟ )