You are currently viewing ସୋସିଆଲ ମିଡ଼ିଆରେ ନେତା ସର୍ଭେ, ହରପ୍ରସାଦ ସାହୁ ଆଗରେ
ସୋସିଆଲ ମିଡ଼ିଆରେ ନେତା ସର୍ଭେ, ହରପ୍ରସାଦ ସାହୁ ଆଗରେ

କୋଦଳା: (୧୧/୦୧/୨୦୨୨)
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଏବେ ଚର୍ଚ୍ଚାରେ ରହିଛି। ଗତ ୨୦୧୯ ନିର୍ବାଚନରେ ବଡ଼ ଧରଣର ସଂଗଠନ ତିଆରି କରି ବିଜେଡ଼ି ଟିକେଟ୍ ଆଶାୟୀ ଥିବା କୋଦଳାର ପୂର୍ବତନ ନଗରପାଳ ହରପ୍ରସାଦ ସାହୁ ଏବେ ବନ୍ଧୁ ମିଳନ, ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦାନକୁ ନେଇ ଏବେ ସରଗରମ ହେବାରେ ଲାଗିଛି ରାଜନୀତି। ତେବେ ବିଜେଡିରୁ ୨୦୨୪ ନିର୍ବାଚନ ପାଇଁ ୪ ରୁ ଉର୍ଦ୍ଧ୍ବ ଆଶାୟୀ ରହିଥିବା ଚର୍ଚ୍ଚା ହେଉଛି। ଚର୍ଚ୍ଚାରେ ଥିବା ୪ ଆଶାୟୀ ନେତାଙ୍କୁ ସୋସିଆଲ ମିଡିଆରେ ଏକ ପୋଲିଂ ହୋଇଥିବା ବେଳେ ଏଥିରେ ଅଞ୍ଚଳର ହଜାର ହଜାର ସୋସିଆଲ ମିଡିଆ ୟୁଜର୍ସ ସେମାନଙ୍କ ମତାମତ ଦେଇଥିବା ଦେଖିବାକୁ ମିଳିଛି। ତେଜ୍ ଓଡିଶା ଫେସବୁକ ପେଜ୍ ରେ ହୋଇଥିବା ଏହି ପୋଲ୍ ରେ ରହିଥିଲେ ୪ ନେତା। ହରପ୍ରସାଦ ସାହୁ, ଲତିକା ପ୍ରଧାନ, ପ୍ରମୋଦ ପଣ୍ଡା ଓ ସୀତାରାମ ପାଣିଗ୍ରାହୀ। ଆଜି ଯଦି ନିର୍ବାଚନ ହୁଏ ଏବଂ ସମସ୍ତେ ଯଦି ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢନ୍ତି ଏମାନଙ୍କ ମଧ୍ୟରୁ କିଏ ବାଜିମାତ୍ କରି ପାରିବ ବୋଲି ପ୍ରଶ୍ନ ସହ ସୋସିଆଲ ମିଡିଆ ଭୋଟିଂ କରାଯାଇଥିବା ବେଳେ ଏଥିରେ ସର୍ବାଧିକ ଭୋଟ୍ ପାଇଛନ୍ତି ହରପ୍ରସାଦ ସାହୁ। ଶ୍ରୀ ସାହୁ ୧୦୮୦ ଭୋଟ୍ ସହ ୪୮% ରେ ରହିଥିବା ବେଳେ ତାଙ୍କ ପଛକୁ ପ୍ରମୋଦ ପଣ୍ଡା ୫୯୦ ଭୋଟ୍ ପାଇ ୨୬%ରେ ରହିଛନ୍ତି। ଏହାପରେ ୩୦୬ ଭୋଟ୍ ପାଇ ସୀତାରାମ ପାଣିଗ୍ରାହୀ ୧୩%ରେ ରହିଥିବା ବେଳେ ସବା ଶେଷରେ ଲତିକା ପ୍ରଧାନ ୨୩୭ ଭୋଟ ପାଇ ୧୦% ରେ ରହିଥିବା ଜଣାପଡ଼ିଛି। ଏହାକୁ ନେଇ ଏବେ ସରଗରମ ହୋଇଛି ନିର୍ବାଚନ ମଣ୍ଡଳୀ। ଲୋକପ୍ରିୟ ନେତା ତାଲିକାରେ ହରପ୍ରସାଦ ସାହୁ ଆଗରେ ରହିଥିବାରୁ ଆଗାମୀ ସାଧାରଣ ନିର୍ବାଚନରେ ଶ୍ରୀ ସାହୁଙ୍କୁ ପ୍ରାର୍ଥୀ ହେବା ସହ ନିର୍ବାଚନ ଲଢିବାକୁ ଅନୁରୋଧ କରିଛନ୍ତି ବହୁ ନେତା ଓ କର୍ମୀ।ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।