ଧରାକୋଟ ,22/2/24
ଆସନ୍ତା ସାତଦିନ ଭିତରେ ଓଡ଼ିଶା ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଖୁସି ଖବର ଦେବେ । ପୂର୍ବ ବୈଠକରେ ଆପଣ ମାନେ ଦେଇଥିବା 650 ଆବେଦନ ମଧ୍ୟରୁ 600 ଟି ପୁରଣ ହୋଇଛି । ଏଥିପାଇଁ ରାଜ୍ୟ ସରକାର 40 କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଆଜି ମତେ ଯେଉଁ ଆବେଦନ ସବୁ ଦେଇଛନ୍ତି ତାହାକୁ ବିଚାରକୁ ନିଆଯିବ । ଆବେଦନ ମଧ୍ୟରେ ରହିଥିବା ମନ୍ଦିର,ମଠ, ମସଜିଦ ଓ ଗୋଷ୍ଠୀ କେନ୍ଦ୍ର ଗୁଡ଼ିକୁ ଆବଶ୍ୟକତା ଭିତରେ ସାତଦିନ ମଧ୍ୟରେ ଅନୁଦାନ ମୁଖ୍ୟମନ୍ତ୍ରୀ ପ୍ରଦାନ କରିବେ । ମିଶନ ଶକ୍ତି ଅଧିନରେ କାର୍ଯ୍ୟରତ ସି ଆର ପି, ଏମ ବି କେ,କୃଷକ ସାଥୀ ଓ ବ୍ୟାଙ୍କ ମିତ୍ର ମାନଙ୍କୁ ମୁଖ୍ୟମନ୍ତ୍ରୀ ଆସନ୍ତା ସାତଦିନ ଭିତରେ ଖୁସି ଖବର ଦେବେ ।

ଆଜି ଗଞ୍ଜାମ ଜିଲ୍ଲାର ଧରାକୋଟ ସ୍ଥିତ ମିନି ଷ୍ଟାଡିୟମରେ 5t ତଥା ଆମ ଓଡିଶା ଓ ନବୀନ ଓଡିଶା ର ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଙ୍କୁ ବିଜୁ ଜନତା ଦଳ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଆଜିର ବୈଠକରେ ସାନଖେମୁଣ୍ଡି ର ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ,ଧରାକୋଟ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ,ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର,ବ୍ଲକ ବି ଜେ ଡି ସଭାପତି ସଞ୍ଜୟ ପାତ୍ର,ଜିଲ୍ଲା ପରିଷଦ ସଦସ୍ୟ ପ୍ରତାପ ସ୍ଵାଇଁ, ଟୁକୁନା ଗୌଡ଼,ଅମିନ ପ୍ରଧାନ,ମମିନି ବିଷୋୟୀ, ବି ଜେ ଡି ଜିଲ୍ଲା ଉପ ସଭାପତି ରବୀନ୍ଦ୍ର ଘୋଷ,ପୂର୍ବତନ ବ୍ଲକ ଅଧ୍ୟକ୍ଷା ରୀନା ଗୌଡ଼, ପୂର୍ବତନ ସରପଞ୍ଚ ଦିଲୀପ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ। ଦେଶର ପ୍ରଥମ ରାଜ୍ୟ ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେଜ ରେ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବାର୍ଷିକ ଅନୁଦାନ ପ୍ରଦାନ ପାଇଁ ଘୋଷଣା କରିଛନ୍ତି । ନିକଟରେ ମମତା,ସାମାଜିକ ସୁରକ୍ଷା ଭତ୍ତା, ପାଚିକା ଓ ସହାୟିକା, କଳାକାର ମାନଙ୍କ ଭତ୍ତା ବୃଦ୍ଧି କରିଥିବା ବେଳେ ଓଡ଼ିଶାକୁ ଏକ ସୂତ୍ରରେ ଯୋଡିବା ପାଇଁ ଲକ୍ଷ୍ମୀ ବସ ର ଶୁଭାରମ୍ଭ କରିଛନ୍ତି । ଆପଣ ମାନେ ମୁଖ୍ୟମନ୍ତ୍ରୀ ଙ୍କ ହାତ ମୁଠାକୁ ଟାଣ କରନ୍ତୁ । ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଜନସାଧାରଣ ମୁଖ୍ୟମନ୍ତ୍ରୀ ଙ୍କୁ କେତେ ଭଲ ପାଉଛନ୍ତି ତାହା ଆଗାମୀ ଦିନରେ ଜଣାପଡ଼ିବ ବୋଲି କହି ପରୋକ୍ଷରେ ବି ଜେ ଡି ହାତକୁ ସାନଖେମୁଣ୍ଡି ଯାଉଥିବାର ଈଶାରା ଦେଇଥିଲେ ।

ସାନଖେମୁଣ୍ଡି,ଧରାକୋଟ ଏବଂ ଗଞ୍ଜାମ ର ଉନ୍ନତି ପାଇଁ ମିଳିମିଶି କାମ କରିବା ବୋଲି ଅଧ୍ୟକ୍ଷ ଆହ୍ବାନ ଦେଇଥିଲେ। ପ୍ରଶାସନ ତରଫରୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା, ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ଶ୍ରୀମତୀ ମଧୁମିତା, ବି ଡି ଓ ଡେନିସ ବେହେରା,ତହସିଲଦାର ଲମ୍ବୋଦର ମାରାଣ୍ଡି, ଏସ ଡି ପି ଓ ସଞ୍ଜୟ ମହାପାତ୍ର ଙ୍କ ସମେତ ଜିଲ୍ଲାର ବହୁ ପ୍ରଶାସନିକ ଅଧିକାରୀ ଓ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।
