You are currently viewing ବିଜୁ ଛାତ୍ର ଜନତା ଦଳର ନୂତନ କର୍ମକର୍ତ୍ତା ଘୋଷିତ : ବିପ୍ଳବ ମିଶ୍ର ବ୍ଳକ ସଭାପତି ମନୋନୀତ
ବିଜୁ ଛାତ୍ର ଜନତା ଦଳର ନୂତନ କର୍ମକର୍ତ୍ତା ଘୋଷିତ : ବିପ୍ଳବ ମିଶ୍ର ବ୍ଳକ ସଭାପତି ମନୋନୀତ

ଗଞ୍ଜାମ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ନୂତନ କର୍ମକର୍ତ୍ତା ବୁଧବାର ଦିନ ଜିଲ୍ଲା ଛାତ୍ର ଜନତା ଦଳର ସଭାପତି ପ୍ରଶାନ୍ତ କୁମାର ପଣ୍ଡାଙ୍କ ଦ୍ଵାରା ଚିଠିରେ ପ୍ରକାଶ ପାଇଥିଲା। ଏହି ଅବସରରେ ଦିଗପହଣ୍ଡି ବ୍ଳକ ବିଜୁ ଛାତ୍ର ଜନତା ଦଳର ନୂତନ ସଭାପତି ଭାବେ ବିପ୍ଳବ ମିଶ୍ରଙ୍କୁ ମନୋନୀତ କରାଯାଇଥିବା ଜଣାପଡିଛି । ଖବରନୁଯାୟୀ , ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳକୁ ତୃଣମୂଳ ସ୍ତରରୁ ସଂଗଠିତ କରିବା ପାଇଁ ଯୁବପିଢୀକୁ ଅଧିକ ସୁଯୋଗ ଦେବାପାଇଁ ଏହି ପଦକ୍ଷେପ ନିଆଯାଇଛି । ଏହିପରି ଭାବେ ଦିଗପହଣ୍ଡି ନଗର ଛାତ୍ର ବିଜେଡ଼ି ସଭାପତି ଭାବେ ତାରିଣୀ ପାତ୍ର , ଜିଲ୍ଲା ଛାତ୍ର ବିଜେଡ଼ି ଉପସଭାପତି ରୂପେ ଗଣେଶ ରେଡ୍ଡୀ ଓ ଜିତେନ୍ଦ୍ରୀୟ ମେକାପ , ଜିଲ୍ଲା ଛାତ୍ର ବିଜେଡ଼ି ସଂପାଦକ ଭାବେ ସଂଯୋଗ ପଟ୍ଟନାୟକ , ପିଙ୍କୁ ଘଡେଇ , ସନ୍ତୋଷ ପ୍ରଧାନ , କାହ୍ନୁଚରଣ ପ୍ରଧାନ , ସନ୍ତୋଷ ପ୍ରଧାନ ଏବଂ ଜିଲ୍ଲା ଛାତ୍ର ବିଜେଡ଼ି ସାଧାରଣ ସଂପାଦକ ଭାବେ ନୟନ ଚାନ୍ଦ ପାତ୍ର ଓ ଶ୍ରୀଧର ପାଣିଗ୍ରାହୀଙ୍କ ନାମ ଘୋଷଣା କରାଯାଇଛି । ଏହି ଅବସରରେ ଦିଗପହଣ୍ଡି ବିଜୁ ଜନତା ଦଳ ପରିବାର ପକ୍ଷରୁ ନବ ମନୋନୀତ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ନୂତନ ଭାବେ ଦାୟିତ୍ଵ ପାଇଥିବା କର୍ମକର୍ତ୍ତା ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ସମେତ ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ବିଧାୟକ ଡଃ . ସୂର୍ଯ୍ୟ ନାରାୟଣ ପାତ୍ର , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିପ୍ଳବ ପାତ୍ର , ଗଞ୍ଜାମ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରଦୀପ ଅମାତ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ , ଜିଲ୍ଲା ବିଜେଡି ସଭାପତି ଡ଼ଃ . ରମେଶ ଚନ୍ଦ୍ର ଚ୍ଯାଉ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିବା ଜଣାପଡିଛି ।