ଖଲ୍ଲିକୋଟ :4/3 ଖଲ୍ଲିକୋଟ ର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ନିର୍ମଳା୍ଝର ଛକ ଠାରେ ନିର୍ମାଣ ସରିଥିବା ଓଡିଶା ର ପ୍ରବାଦ ପୁରୁଷ କଳିଙ୍ଗ ସମ୍ରାଟ ବିଜୁ ପଟ୍ଟନାୟକ ଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ଅନାବରଣ ଅପେକ୍ଷା ରେ ରହିଛି |ଫେବୃଆରୀ ମାସ 5 ତାରିଖ ଦିନଟିକୁ ପଂଚାୟତ ରାଜ ଦିବସ ରେ ପାଳିତ ହୋଇ ଆସୁଛି |ସ୍ୱାଧୀନତା ସଂଗ୍ରାମୀ ବିଜୁ ବାବୁ ଖଲ୍ଲିକୋଟ ର ସ୍ବର୍ଗତ ରାଜ|ବ|ହାଦୁର ତଥା ଓଡିଶା ଏକତ୍ରିକରଣ ର ଅନ୍ୟତମ ସାରଥୀ ରାମ ଚନ୍ଦ୍ର ମର୍ଦରାଜ ଙ୍କ ଆତିଥ୍ୟ ପାଇ ବହୁବାର ଖଲ୍ଲିକୋଟ ସହ ସମ୍ପର୍କ ଗଢି ଉଠିଥିବା ବେଳେ 10 ଥର ର ବିଧାୟିକା ସ୍ବର୍ଗତ ସୁଜ୍ଞାନ କୁମାରୀ ଦେଓ ଙ୍କ ସହ ରାଜନୈତିକ ସମ୍ପର୍କ ଧରି ଗଢି ଉଠିଥିଲା |ବିଜୁ ବାବୁ ଙ୍କ ବହୁ ବର୍ଷ ଧରି ବିରୋଧୀ ରାଜନୀତି ରେ ସୁଜ୍ଞାନ ଅନୁଗାମୀ ଭାବେ କାର୍ଯ୍ୟ କରି ଆସୁଥିଲେ | ତେବେ ବିଜୁ ବାବୁ ଖଲ୍ଲିକୋଟ ଠାରେ କ୍ଷୁଦ୍ର ଶିଳ୍ପ ମାଧ୍ୟମ ରେ ଗ୍ରାମାଞ୍ଚଳ କାରିଗର ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ନିର୍ମଳ ଝର ଠାରେ ଟାଇଲ ଶିଳ୍ପ ଓ ଖଲ୍ଲିକୋଟ ପାହାଚ ବନ୍ଧ ହୁଡ଼ା ରେ ଏକ ସମବାୟ କଷ୍ଟ ଶିଳ୍ପ ପ୍ରତିଷ୍ଠା କରିଥିଲେ |ତେବେ ଆଧୁନିକ ଜ୍ଞାନ କୌଶଳ ର ଉପଯୋଗୀ ଅଗ୍ନି ନିରୋଧକ ଗୃହ ନିର୍ମାଣ ର କ୍ରମ ବିକାଶ ଫଳରେ ଏହି ସବୁ ଶିଳ୍ପ ରୁଗ୍ଣ ହୋଇ ଯାଇଥିଲା |ତେବେ ଖଲ୍ଲିକୋଟ ବାସୀ ଗତ 2000 ମସିହା ଠାରୁ କ୍ରମାଗତ ଭାବେ ବିଜେଡ଼ି ସରକାର କୁ ଅକୁଣ୍ଠ ସମର୍ଥନ ଦେଇ ଆସୁଥିବା ବେଳେ ଖଲ୍ଲିକୋଟ ରେ କୌଣସି କ୍ଷୁଦ୍ର ମାଧ୍ୟମ ଓ ଗୁରୁ ଶିଳ୍ପ ହୋଇ ପାରିନି ଓ ପର୍ଯ୍ୟାପ୍ତ ଜଳସେଚନ ମଧ୍ୟ ହୋଇପାରୁନି ଫଳରେ ଅଧିକାଂଶ ଚାଷ ଜମି ପଡିଆ ରହିବା ସହ ପ୍ଲଟ ରେ ପରିଣତ ହେଲାଣି |ଯା ଫଳରେ ପ୍ରତି ବର୍ଷ ଖଲ୍ଲିକୋଟ ବ୍ଲକ ର ବିଭିନ୍ନ କଲେଜ ମାନଙ୍କରୁ ପ୍ରାୟ 3000 ଶିକ୍ଷିତ ବେକାର ଛାତ୍ରଛାତ୍ରୀ

ମାନେ ଭିଟାମାଟି ରେ କୌଣସି ନିଯୁକ୍ତି ନ ପାଇ ଦାଦନ ଶ୍ରମିକ ରାଜ୍ୟ ବାହାରକୁ ଯାଉଛନ୍ତି |ତେଣୁ ଖଲ୍ଲିକୋଟ ରେ ଶିଳ୍ପ ବିକାଶ ପ୍ରତି ଧ୍ୟାନ ଦେବା ପାଇଁ ବିଭିନ୍ନ ମହଲ ରେ ଦାବି ହେଉଛି |ଏ ନେଇ ଗତ ଆଠ ଦିନ ତଳେ ଏକ ଘରୋଇ ଚ୍ୟାନେଲ ର ଅଦାଲତ ରେ ଏ ନେଇ ଘମାଘୋଟ ଆଲୋଚନା ହୋଇନଥିଲା
( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ )
