You are currently viewing କିର୍ମିରା ରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା
କିର୍ମିରା ରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା

ଝାରସୁଗୁଡା 18/11 : ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଲକ ଝାରମାଲ ପଂଚାୟତ ଅନ୍ତର୍ଗତ ଚମରାଡିହି ଠାରେ ଆଜି ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି I ଉଦଘାଟନୀ ଉତ୍ସବରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ମେଳରେ ଶୁଭାରମ୍ଭ କରିଥିଲେ I

ଏହାସହ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ମତ ଉପସ୍ଥାପନା କରିବା ସହ ଯୋଜନାର ଲାଭ ଉଠାଇବାକୁ ଉପସ୍ଥିତ ଜନତାଙ୍କୁ ସଚେତନ କରିଥିଲେ I ଏପରିକି ବର୍ତମାନ ସମୟରେ ଯୁବକ ମାନେ ଚାକିରୀ ପଛରେ ନ ପଡି ବିଭିନ୍ନ ପ୍ରକାର ପ୍ରାଣୀ ଓ ମତ୍ସ୍ୟ ଚାଷ ଉପରେ ଧ୍ୟାନ ଦେଇ ସ୍ୱାବଲମ୍ବୀ ହେବାକୁ ଆହ୍ୱାନ ଦେଇଥିଲେ I

ଏହାସହ ମାଛ ଓ ପ୍ରାଣୀ ଚାଷ ପାଇଁ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରି ହେଉଥିବା ବେଳେ ଚାଷୀଙ୍କ ପାଇଁ ମିଳୁଥିବା ରିହାତିର ଲାଭ ଉଠାଇବା ପାଇଁ ବିଧାୟକ ତ୍ରିପାଠୀ ଯୁବକ ଚାଷୀଙ୍କୁ ପରାମର୍ଶ ଦେଇଥିଲେ I ଏହାସହ ଯୁବକ ପିଢ଼ି ସରକାରଙ୍କ ପକ୍ଷରୁ କାଯ୍ୟକାରୀ ହେଉଥିବା କାମଧେନୁ ଯୋଜନାର ଲାଭ ଉଠାଇବା ପାଇଁ ପରାମର୍ଶ ଦେଇଥିଲେ I ଏହାସହ କାମଧେନୁ ଯୋଜନାରେ କିର୍ମିରା ବ୍ଲକର 2 ଜଣା ଚାଷୀଙ୍କୁ 1ଲକ୍ଷ 61 ହଜାର 200 ଶହ ଟଙ୍କା ସବସିଡି ଆକାରରେ ପ୍ରଦାନ କରାଯାଇଥିଲା I ଏପରିକି ବହୁ ଚାଷୀଙ୍କୁ ଏହି ମେଳରେ ସମ୍ମାନିତ କରାଯାଇଥିଲା I ଅନୁଷ୍ଠିତ ଏହି ମେଳରେ ଅନ୍ୟମାନଙ୍କ ମଧ୍ୟରେ ସିଡିଭିଓ ଦୟାସାଗର ଧୂରିଆ, ଜିଲ୍ଲାପରିଷଦ ସଭ୍ୟ ରିତା ବାଘ, ବ୍ଲକ ଅଧ୍ୟକ୍ଷ କୃଷ୍ଣପ୍ରିୟା ସାହୁ, କିର୍ମିରା ସରପଞ୍ଚ ସନ୍ତୋଷିନୀ ପଟେଲ, କିର୍ମିରା ଭି ଏସ କୃତାଞ୍ଜଳି ସ୍ୱାଇଁ, ବିଡ଼ିଓ ଅବିନାଶ ଲାକ୍ରା, ଲଇକେରା ଆଇଆଇସି ଦିଲୀପ ବେହେରା ପ୍ରମୁଖ ମଂଚାସୀନ ଥିଲେ I ଅନ୍ୟମାନଙ୍କ ମଧରେ ବିଧାୟକ ପ୍ରତିନିଧି ବିଜୟ ଶର୍ମା, କିର୍ମିରା ବ୍ଲକ ମଣ୍ଡଳ ସଭାପତି ଉଦ୍ଧବ ସିଂ ନାୟକ, ରାଜକୁମାର କିସାନ, ଅଂଶୁଳ ଅଗ୍ରୱାଲ, ଯାମିନୀକାନ୍ତ ନାୟକ, ପଙ୍କଜ ଛତ୍ରିଆ, ସଂଜୀବ ପଟେଲ ଓ ପୱନ ଶର୍ମା ପ୍ରମୁଖଙ୍କ ଶହ ବକ୍ୱାହୁ ସଂଖ୍ୟାରେ ଚାଷୀ ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ