ପୁରୁଷୋତ୍ତମପୁର ବ୍ଲକର ଗାଙ୍ଗ ଦହଣି, ଭାଟ କୁମରଡ଼ା, ଓ ରଣ ଝାଲି ପଞ୍ଚାୟତ ରେ 3ଗୋଟି ୱାର୍ଡ ସଭ୍ୟ ଖାଲିଥିବାରୁ ତାହାକୁ ଦୃଷ୍ଟିରେ ରଖି ଜିଲ୍ଲା ନିର୍ବାଚନ ଅଧିକାରୀ ଙ୍କ ନିର୍ଦ୍ଧେଶରେ ଭୋଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା | ପୁରୁଷୋତ୍ତମପୁର ବ୍ଳକ ବିଡ଼ିଓ ବିଜୟ ବେହେରା, ଗ୍ରାମ ପଞ୍ଚାୟତ ଅଧିକାରୀ ଧନେଶ୍ୱର ଗୌଡ଼ ଙ୍କ ସହଯୋଗ ରେ ଆରମ୍ଭ କରାଯାଇଥିଲା | ଭାଟ କୁମରଡ଼ା ପଞ୍ଚାୟତ ର ଏକ ନଂ ୱାର୍ଡ ନିମନ୍ତେ ଦିଗାମ୍ବର ସାହୁ, ପିତା –ଭାସ୍କର ସାହୁ, ଓ ଅନ୍ୟ ପାର୍ଥୀ ଅକ୍ରୁର ସାହୁ, ପିତା ମୂଳିଆ ସାହୁ ଙ୍କ ମଧ୍ୟରେ ହୋଇ ଥିଲା , ତେବେ ଭାସ୍କର 95 ଗୋଟି ଭୋଟ ପାଇଥିଲା ବେଳେ,148 ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ଛନ୍ତି | ସେହିପରି ରଣ ଝାଲି ପଞ୍ଚାୟତ ର 15 ନଂ ୱାର୍ଡ ରେ ମଧ୍ୟ 2ଜଣ ପ୍ରତିଦ୍ବନ୍ଦୀ ତା କରିଥିଲେ ସେମାନେ ହେଲେ ରମା ପ୍ରଧାନ, ଓ ସୁଷମା ନାହକ, ସେମାନଙ୍କ ମଧ୍ୟରୁ ସୁଷମା ନାହକ 126 ଖଣ୍ଡ ଭୋଟ ପାଇଥିଲା ବେଳେ, ରମା ପ୍ରଧାନ 181 ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ଥିଲେ | ସେହିପରି ଗାଙ୍ଗ ଦହଣି ପଞ୍ଚାୟତ ର 9ନଂ ୱାର୍ଡ ପାଇଁ ଇନ୍ଦିରା ସାମଲ ଓ ରୀନା ଭୂୟାଁ ଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିଲା, ସେମଧ୍ୟରୁ ଇନ୍ଦିରା ସାମଲ 102 ଖଣ୍ଡ ଭୋଟ ପାଇଥିଲା ବେଳେ ରୀନା ଭୂୟାଁ 124 ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ଛନ୍ତି |

